ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ? ବଢୁଛି ସନ୍ଦେହ

Published By : Prameya-News7 Bureau | September 21, 2024 IST

ସାଲେପୁର ୨୧/୯: ବାହା ହୋଇ ଘର ସଂସାର କରିବା ପରେ ବି ନାବାଳିକାଙ୍କ ପ୍ରେମରେ ପାଗଳ ଥିଲେ ଯୁବକ । ଏପରି ସଂପର୍କକୁ କେହି ଗ୍ରହଣ କରିବେନି ଜାଣିବା ପରେ ଉଭୟ ନେଲେ ଚରମ ନିଷ୍ପତ୍ତି । ଆଜି ସକାଳୁ ଜଙ୍ଗଲ ପରିସରରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁରରେ ଚାଞ୍ଚଲ୍ୟ । 

ସ୍ଥାନୀୟ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲଙ୍କର ଜଣେ ନାବାଳିକା ସହ ପ୍ରେମ ସଂପର୍କ ଥିଲା । ମନୋଜଙ୍କ ସ୍ତ୍ରୀ ଓ ୩ ବର୍ଷର ପିଲା ଅଛି । ଘର ସଂସାର କରି ମଧ୍ୟ ସେ ନାବାଳିକା ପ୍ରେମରେ ପାଗଳ ଥିଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ ହୋଇପଡିଥିଲା । କେହି କାହା ବିନା ରହିବା ପରିସ୍ଥିତିରେ ନଥିଲେ । ହେଲେ ଘରେ ମୁହଁ ଖୋଲି କହିପାରିନଥିଲେ । ଶେଷରେ ବଞ୍ଚିବା ଯଦି ଏକାଠି ମରିବା ଯଦି ଏକାଠି ଭାବି ଜୀବନ ହାରିଦେଇଥିବା କୁହାଯାଉଛି । 


ସକାଳୁ ସକାଳୁ ଘଟଣା ପ୍ରଘଟ ହେବା ମାତ୍ରେ ଜଙ୍ଗଲକୁ ଧାଇଁ ଯାଇଥିଲେ ଲୋକେ । ଆଉ ଗଛରେ ଉଭୟଙ୍କ ମୃତଦେହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ତେବେ ଉଭୟ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନି । ମୃତଦେହ ଜବତ କରି ତଦନ୍ତ କରୁଛି ସାଲେପୁର ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.