ନୂଆପଡାରେ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର,ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 15, 2024 IST

ନୂଆପଡା ୧୫/୯: ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଆକ୍ରମଣ କଲା ଭାଲୁ । ଗୁରୁତର ୨ ମହିଳାଙ୍କୁ ବଞ୍ଚାଇଲା କୁକୁର । ନୂଆପଡା ରେଞ୍ଜ କୋଟ୍ରିବାହାଲ ଗାଁର ଘଟଣା । ୨ ମହିଳା ସ୍ଥାନୀୟ ଅଞ୍ଚଳର କୌଶଲ୍ୟା ଭୋଇ ଓ ଚଉବନି କେତକୀ । ଉଭୟ ଶୌଚ ପାଇଁ ଗାଁ ପୋଖରୀକୁ ଯାଇଥିଲେ । ସେଠାରେ ଭାଲୁ ଆକ୍ରମଣ କରିଥିଲା । ଭାଲୁ କବଳରୁ ବଞ୍ଚିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ଭାଲୁ ଛାଡିନଥିଲା ।ଅଧିକ ହିଂସ୍ର ହୋଇ ଲହୁଲୁହାଣ କରିଥିଲା । ଏହି ସମୟରେ ପାଖରେ ଥିବା କିଛି ବୁଲା କୁକୁର ଭୁକିବା ସହ ଭାଲୁକୁ ଘେରି ଯାଇଥିଲେ । ଭୟରେ ଭାଲୁଟି ମହିଳାଙ୍କୁ ଛାଡି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.