ଭୁଶୁଡିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ, ଚାଷ ଜମିରେ କାଦୁଅ ପାଣି,ଚିନ୍ତାରେ ଚାଷୀ

Published By : Prameya-News7 Bureau | September 15, 2024 IST

କଳାହାଣ୍ଡି ୧୫/୯: ଭୁଶୁଡିଲା ବେଦାନ୍ତର ରେଡ୍‌ ମଡ୍‌ ପଣ୍ଡ । ଚାଷ ଜମି, ରାସ୍ତା ଓ ନଦୀରେ ମିଶୁଛି ବିଷାକ୍ତ କେମିକାଲ ପାଣି। ଆତଙ୍କିତ ଲୋକେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ବସନ୍ତପଡାରେ ନିର୍ମାଣ କରାଯାଇଥିବା ରେଡ୍‌ ପଣ୍ଡ ଭୁଶୁଡି ପଡିଛି । ଫଳରେ ବସନ୍ତପଡା ସମେତ ବନ୍ଧଗୁଡା,ଟୁରିଗୁଡାର ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡି ଯାଇଛି ।

ଲାଞ୍ଜିଗଡ-ମୁନିଗୁଡା ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି । ବଂଶଧାରା ନଦୀରେ ପାଣି ମିଶୁଥିବାରୁ ବିଭିନ୍ନ ପ୍ରକାର ଚର୍ମ ରୋଗର ଆଶଙ୍କା ଦେଖାଦେଇଛି । ଚାରିଆଡେ ଲାଲ ମାଟି ପାଣି ମାଡିଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପଣ୍ଡକୁ ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ କଂପାନୀ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି । ଶନିବାର ରାତି ପ୍ରାୟ ୩ଟା ସମୟରେ ରେଡ୍‌ ମଡ୍‌ ପଣ୍ଡଟି ଭୁଶୁଡି ପଡିଥିବା କୁହାଯାଉଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.