ଖରସ୍ରୋତା ନଦୀକୁ ଡେଇଁ ଜୀବନ ହାରିଲେ ମହିଳା, ମୃତଦେହ ଉଦ୍ଧାର,ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | September 20, 2024 IST

ଯାଜପୁର ୨୦/୯: ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକ କୁଆଖିଆ ଥାନା ସ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ । ସେ ଗୁରୁବାର ସକାଳେ ବ୍ରିଜ ଉପରେ ସ୍କୁଟି,ଜୋତା,ମୋବାଇଲ ଫୋନ ରଖି ଭରା ନଦୀକୁ ଡେଇଁ ପଡିଥିଲେ । ଅନେକ ଖୋଜାଖୋଜି ପରେ ଶୁକ୍ରବାର ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛି । ସେ କାହିଁକି ନଦୀକୁ ଡେଇଁ ଜୀବନ ହାରିଲେ ସେ ସଂପର୍କରେ କିଛି ଜଣାପଡିନି । ସ୍କୁଟି, ମୋବାଇଲ ଜବତ ହୋଇଥିବାବେଳେ ସ୍କୁଟିରୁ କେତେକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଛି । ମୃତଦେହ ଉଦ୍ଧାର ପରେ ଛାନଭିନ ଚଳାଇଛି ସଦର ଥାନା ପୋଲିସ । 

  • Jajpur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.