ଫେରିଲେ ଚମ୍ପାବତୀ, ଖୋଲିବ ସ୍ୱାମୀ ପ୍ରଭାକରଙ୍କ ମୃତ୍ୟୁ ରହସ୍ୟ : ପୁଅ ଏବେ କେଉଁଠି ?

Published By : Prameya-News7 Bureau | June 24, 2024 IST

ସୋର ୨୪।୬: ଫେରିଲେ ଚମ୍ପାବତୀ । ଖୋଲିବ ସ୍ୱାମୀ ପ୍ରଭାକର ବେହେରାଙ୍କ ମୃତ୍ୟୁ ରହସ୍ୟ l ପୁଅ ରମେଶ ଏବେ କେଉଁଠି ? ଚୁପ୍ ରହୁଛନ୍ତି ଚମ୍ପାବତୀ l ବଡ଼ ଝିଅ ବାସନ୍ତୀ ପାଖରେ ଛିଡ଼ା ହୋଇଛି l l ଅଜଣା ଅଟୋ ଯୋଗେ ଫେରିଛି ଚମ୍ପାବତୀ l 

ଗତ ଦୁଇ ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗରେ ପ୍ରଭାକର ବେହେରାଙ୍କୁ ତାଙ୍କ ପୁଅ ରମେଶ ମାରି ବାଡ଼ି ପଛପଟ କିଆରୀରେ ଗାତ ଖୋଳି ପୋତି ଦେଇଥିଲେ । ଏ ନେଇ ମୃତ ପ୍ରଭାକରଙ୍କ ସାନ ଝିଅ ମମତା ଥାନାରେ ଅଭିଯୋଗ କରିଥିଲେ l ମା’ ଚମ୍ପାବତୀ ନିଖୋଜ ପରେ ପୋଲିସ ପ୍ରଭାକରଙ୍କ ମୃତଦେହ ମିଳିଥିବା ସ୍ଥାନରେ ଜେସିବି ଲଗାଇ ଖୋଜି ନିରାଶ ହୋଇଥିଲା l ସୋମବାର ହଠାତ ଚମ୍ପାବତୀ ଅଜଣା ଅଟୋରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି l ତେବେ ଚମ୍ପାବତୀକୁ କୌଣସି ପ୍ରଶ୍ନ କଲେ ଉତ୍ତର ଦେଉନାହାନ୍ତି ।

You Can Read :

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.