ପାରିବାରିକ କଳହରୁ ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | June 27, 2024 IST

ଜଳେଶ୍ବର ।୬: ପାରିବାରିକ କଳହକୁ କେନ୍ଦ୍ରକରି ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ । ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର । ଗୁରୁତର ଯୁବକ ଜଣକ ହେଲେ ରଞ୍ଜନ ରାଉଳ । ପୋଲିସର ତଦନ୍ତ ଜାରି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ।

ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗୁରୁବାର ସକାଳ ସମୟରେ କଳହ ହୋଇଥିଲା । ଗ୍ରାମର କିଛି ଭଦ୍ର ବ୍ୟକ୍ତି ଉକ୍ତ କଳହର ସମାଧାନ ପାଇଁ ବସିଥିଲା ବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର  ହସ୍ପିଟାଲକୁ ନେଇ ଆସିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.