ଟାଙ୍କି ଭୁଶୁଡି ଛାତ୍ର ମୃତ୍ୟୁ,ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Published By : Prameya-News7 Bureau | June 28, 2024 IST

ବାଲେଶ୍ବର ୨୮/୬: ସ୍କୁଲରେ ଅସୁରକ୍ଷିତ ଟାଙ୍କି ଭୁଶୁଡି ନାବାଳକର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କେଉଁ ପରିସ୍ଥିତିରେ ଟାଙ୍କି ଭୁଶୁଡିଲା ତାର ତଦନ୍ତ କରି ରିପୋର୍ଟ ଦେବେ ଅତିରିକ୍ତ ଜିଲ୍ଲାପାଳ । ଆଜି ସକାଳେ ବାଲେଶ୍ବର ସଦର ଥାନା ସାରଗାଁ ପଦ୍ମପୁର ଅଞ୍ଚଳରେ ଥିବା ବାଞ୍ଝାନିଧି ଇଂଲିଶ ମିଡିୟମ ସ୍କୁଲରେ ଘଟିଥିଲା ଅଘଟଣ । ମୃତକ ଖୋର୍ଦ୍ଧା ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ ଟୁଡୁ । ସେ  ବାଞ୍ଝାନିଧି ଇଂଲିଶ ମିଡିୟମ ସ୍କୁଲରେ ଚତୁର୍ଥ ଶ୍ରେଣୀର ଛାଚ୍ର ଥିଲେ । ୧୦ ଦିନ ପୂର୍ବରୁ ସେ ଏହି ସ୍କୁଲରେ ଆଡମିଶନ କରିଥିଲେ । ଆଜି ଗାଧୋଉଥିବାବେଳେ ତାଙ୍କ ଉପରେ ପାଣି ଟାଙ୍କି ଭାଙ୍ଗି ପଡିଥିଲା । ଘଟଣାସ୍ଥଳରେ ନାରାୟଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏତେ ବର୍ଷ ଧରି ଅସୁରକ୍ଷିତ ଅବସ୍ଥାରେ ପାଣି ଟାଙ୍କି ରହିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କର କେମିତି ନଜର ନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ନାରାୟଣଙ୍କ ପରିବାର । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି 

You Can Read:

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଯୁବକ ମୃତ ଓ ଦୁଇ ଗୁରୁତର

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.