ବେଆଇନ ବାଲିଘାଟରେ ପ୍ରଶାସନର ରେଡ୍,୧୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଅଟକ

Published By : Prameya-News7 Bureau | July 01, 2024 IST

ବୌଦ୍ଧ ୧/୭: ବେଆଇନ ବାଲିଘାଟରେ ପ୍ରଶାସନର ରେଡ୍‌ । ୧୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ । ଡ୍ରାଇଭର ଅଟକ। ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଡମ୍ବରୁଗଡ ବାଲିଘାଟରେ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ,ଏସ୍‌ପି ଓ ଖଣି ଅଧିକାରୀ ମିଳିତ ଭାବେ ଅଚାନକ ଚଢାଉ କରିଥିଲେ । 

ଘଟଣାସ୍ଥଳରୁ ୧୩ଟି ବାଲି ବୋଝେଇ ଟ୍ରକ ଜବତ କରାଯାଇଛି ।  ସମସ୍ତଙ୍କର କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅନେକ ଦିନ ହେଲା ଡମ୍ବରୁଗଡ ମହାନଦୀରେ କିଛି ମାଫିଆ ବେଆଇନ ଭାବରେ ବାଲିଘାଟ କରି ସେଠାରୁ ବାଲି ଉତ୍ତୋଳନ ଓ ପରିବହନ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଆଜି ପ୍ରଶାସନର ରେଡ୍‌ ପରେ ମାଫିଆମାନଙ୍କ ମଧ୍ୟରେ ଛନକା ପଶିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.