ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ : ଜଣଙ୍କର ମୃତ୍ୟୁ, ଦୁଇ ଜଣ ଗୁରୁତର

Published By : Prameya-News7 Bureau | September 10, 2024 IST

ବଲାଙ୍ଗୀର ୧୦।୯: ବଲାଙ୍ଗୀରରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । 

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ମାଲଗୋଦାମ ପଡାରେ ଗୋଷ୍ଠୀ ସଂଘର୍ଷ ହୋଇଛି l ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି l ମୃତକ ଜଣକ ମାଲଗୋଦାମ ପଡାର ନିରଜ ହରପାଳ ବୋଲି ଜଣାପଡିଛି l ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲେ l ରାସ୍ତାରେ ଖଣ୍ଡା ବୁଲିବା ପରେ ସହର ରେ ଆତଙ୍କ ଖେଳିଥିଲା l ଦୁଇ ଗୁରୁତର ଙ୍କୁ ପ୍ରଥମରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ପରେ ଜଣେ ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ମୁକେଶ ହରପାଳ ନାମକ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡ଼ିଛି l  ଏନେଇ ମୃତକ ପରିବାର ପକ୍ଷରୁ ଟାଉନ ଥାନାରେ ଏତଲା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକ ନିରଜ କିଛି ଦିନ ପୂର୍ବରୁ ଜେଲ୍‌ରୁ ବେଲ୍‌ରେ ବାହାରିଥିଲେ । ଏବେ ପୁଣି ଗଣ୍ଡଗୋଳରେ ଜୀବନ ଯାଇଛି l ସେପଟେ ଏ ଘଟଣାରେ ଜଣେ ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ମୃତକ ପରିବାର ଲୋକ ।

You Can Read:

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ୬ଫୁଟ ଉଚ୍ଚର ପାଣି, ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହେବା ଆଶଙ୍କା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.