ଗାଲିଗାବଟର ଜଳପ୍ରପାତରେ ଅଘଟଣ, ଜଳପ୍ରପାତରେ ଖସି ଜଣେ ଯୁବକ ମୃତ

Published By : Prameya-News7 Bureau | December 29, 2023 IST

ପଟାଙ୍ଗି ୨୯।୧୨: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତରେ ଅଘଟଣ । ଜଳପ୍ରପାତରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର କଟକ ଜଗତପୁର ଅଞ୍ଚଳର ୫ ଜଣ ପର୍ଯ୍ୟଟକ ଜଳପ୍ରପାତ ବୁଲିବା ନିମନ୍ତେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଏକ ଯୁବକ ଶୌଚ ହେବା ନିମନ୍ତେ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଜଳପ୍ରପାତ ତଳକୁ ଖସି ଯାଇଥିଲେ । ଏନେଇ ସୂଚନା ମିଳିବା ପରେ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ ଏସ କେ ଆଜାଦ ମହମ୍ମଦ ବୋଲି ସୂଚନା ମିଳିଛି । ମୃତଦେହଟି ଉଦ୍ଧାର କରାଯାଇଥିବା ନେଇ ଜଣାପଡ଼ିଛି ।

You Can Read :

wp:embed {"url":"https://www.prameyanews7.com/cm-announces-4-lakh-rupees-ex-gratia-to-next-kin-of-deceased-persons-of-koraput-boat-accident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-announces-4-lakh-rupees-ex-gratia-to-next-kin-of-deceased-persons-of-koraput-boat-accident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.