ଆର୍ଥିକ ବିକାଶରେ କେବଳ ଭାରତ ଏବଂ ଚୀନ୍‌ର ଯୋଗଦାନ ଅଧା ରହିବ: ଆଇଏମଏଫ୍‌ ମୁଖ୍ୟ

Published By : Prameya-News7 Bureau | April 07, 2023 IST

ନୂଆଦିଲ୍ଳୀ, ୦୭/୦୪: ଚଳିତ ବର୍ଷ ବିଶ୍ବ ଅର୍ଥବ୍ୟବସ୍ଥା ତିନି ପ୍ରତିଶତ ହାରରେ ବଢ଼ିବ। ୨୦୨୩ରେ ବୈଶ୍ବିକ ବୃଦ୍ଧିରେ ଭାରତ ଏବଂ ଚୀନ୍‌ର ଯୋଗଦାନ ଅଧା ରହିବ। ଗୁରୁବାର ଏଭଳି ବୟାନ ରଖିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା। ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ ଗତ ବର୍ଷ ବୈଶ୍ବିକ ମହାମାରୀ ଏବଂ ୟୁକ୍ରେନ୍‌-ରୁଷ ଯୁଦ୍ଧରେ ବିଶ୍ବର ଅର୍ଥବ୍ୟବସ୍ଥାରେ ଦ୍ରୃତ ମାନ୍ଦାବସ୍ଥା ଦେଖାଦେଇଛି।  ଆସିଥିଲା ଏହା ଏହି କ୍ରମ ଏବର୍ଷ ମଧ୍ୟ ଜାରି ରହିବ।

ସେ ଆହୁରି କହିଛନ୍ତି ମନ୍ଥର ଆର୍ଥକ ଅଭିବୃଦ୍ଧି ଲମ୍ବା ସମୟ ଧରି ରହିବ, ଆସନ୍ତା ପାଞ୍ଚ ବର୍ଷରେ ୩ ପ୍ରତିଶତ କମ୍ ବୃଦ୍ଧି ଦେଖାଯିବ। ଯାହାକି ୧୯୯୦ ପରଠାରୁ ମଧ୍ୟବର୍ତ୍ତୀକାଳୀନ ଅବଧିରେ ସବୁଠୁ କମ୍ ବିକାଶର ପୂର୍ବାନୁମାନ ଏବଂ ଗତ ଦୁଇ ଦଶନ୍ଧିରୁ ରହିଆସିଥିବା ହାରାହାରି ୩.୮ ପ୍ରତିଶତ ତଳେ ରହିବ।

ସେ କହିଛନ୍ତି ଯେ୦ ଅର୍ଥବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି ଏଥିରେ ଏସିଆ ବିଶେଷ ଭାବରେ ଗରୁତ୍ବ ରହିଛି। ଏହା ସହ ଜର୍ଜିଭା କହିଛନ୍ତି ୨୦୨୩ରେ ଭାରତ ଏବଂ ଚୀନ୍‌କୁ ବୈଶ୍ବିକ ବିକାଶରେ ଯୋଗଦାନର ଅଧା ରହିବା ନେଇ ଆଶା କରାଯାଉଛି। କିନ୍ତୁ ଅନ୍ୟଦେଶଙ୍କୁ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିବ।

ଜର୍ଜିଭା କହିଛନ୍ତି ୨୦୨୧ରେ ସ୍ଥିତି ସୁଧୁରିବାକୁ ଆରମ୍ଭ କରୁଥିବାବେଳେ ୟୁକ୍ରେନ୍‌-ରୁଷ ଯୁଦ୍ଧ ପରିଣାମ ଯୋଗୁଁ ଅର୍ଥନୀତିକୁ ଝଟକା ଲାଗିଛି। ୨୦୨୨ରେ ବୈଶ୍ବିକ ବିକାଶ ପ୍ରାୟ ଅଧା ହୋଇ ୬.୧ ରୁ ୩.୪ ହୋଇଛି। ଜର୍ଜିଭା କହିଛନ୍ତି, କମ୍ ଆୟ ଦେଶଙ୍କୁ ଏହା କଠିନ ହୋଇପାରେ। ସେ କହିଛନ୍ତି ଗରିବୀ ଏବଂ ଖାଦ୍ୟାଭାବ ଆଶଙ୍କା ମଧ୍ୟ ରହିଥିବା ନେଇ ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.