୧୨୬ କୋଟି ଟଙ୍କାରେ ଡୋମେନ ବିକ୍ରି, ଜଣେ ଭାରତୀୟଙ୍କଠାରୁ କିଣିଲା OpenAI

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ: ଚାଟ୍ ଜିପିଟି ଆରମ୍ଭ କରି ଦୁନିଆରେ ହଇଚଇ ସୃଷ୍ଟି କରିଥିବା OpenAI ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏଥର କମ୍ପାନି ନିଜର ଏକ ଡିଲକୁ ନେଇ ନେଇ ଚର୍ଚ୍ଚାକୁ ଆସିଛି । OpenAI ଏକ ବଡ଼ ଡିଲ୍ କରି ଦୁନିଆର ସବୁଠୁ ପୁରୁଣା ଡୋମେନ ଲିଷ୍ଟରେ ଥିବା Chat.Comକୁ କିଣିଛି । କମ୍ପାନି ଏହି ଡୋମେନକୁ HubSpot ପ୍ରତିଷ୍ଠାତା ଏବଂ ସିଟିଓ ଧର୍ମେଶ ଶାହଙ୍କଠାରୁ କିଣିଛି । OpenAI ଏବେ ଚାଟ୍ ଡଟ୍ କମ୍‌କୁ ସିଧା ଚାଟ୍‌ଜିପିଟି ସହ ରିଡାଇରେକ୍ଟ କରିଛି ।

ଉଲ୍ଲେଖଯୋଗ୍ୟ ଯେ Chat.Com ସବୁଠୁ ପୁରୁଣା ଡୋମେନ ମଧ୍ୟରେ ଗୋଟିଏ । ୧୯୯୬ ମସିହାରେ ଏହାକୁ ରେଜିଷ୍ଟର କରାଯାଇଥିଲା । କୁହାଯାଇଛି ଯେ ଧର୍ମେଶ ଶାହ ଗତ ବର୍ଷ ଏହାର ଅଧିଗ୍ରହଣ କରିଥିଲେ । ଏହି ଡୋମେନ ପାଇଁ ସେ ପ୍ରାୟ ୧୫.୫ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୩୦ କୋଟି ଟଙ୍କା । 

ଧର୍ମେଶ ଶାହ ଚଳିତ ବର୍ଷ ମାର୍ଚ୍ଚରେ ସୂଚନା ଦେଇ ଡୋମେନ ବିକ୍ରି କରିସାରିଥିବା କହିଥିଲେ । କିନ୍ତୁ କାହାକୁ ବିକ୍ରି କରିଛନ୍ତି ତାହା ଗୋପନ ରଖିଥିଲେ । ଏହାପରେ କିଛି ଦିନ ତଳରେ ଏକ୍ସରେ ପୋଷ୍ଟ କରି ଏହି ଡିଲ୍ ବାବଦରେ ସୂଚନା ଦେଇଥିଲେ । ଏବେ ଓପନ ଏଆଇ ସିଇଓ ସାମ ଅଲ୍ଟମ୍ୟାନ ମଧ୍ୟ ଏହି ଡିଲ୍ ଉପରେ ପୋଷ୍ଟ କରିଛନ୍ତି । 

ସାମ୍ ଅଲ୍ଟମ୍ୟାନ ନିଜ ପୋଷ୍ଟରେ Chat.Com ଲେଖିଛନ୍ତି । ଓପନ ଏଆଇ ଦୁନିଆର ସବୁଠୁ ପୁରୁଣା ଡୋମେନକୁ ୧୫ ମିଲିୟନ ଡଲାରୁ ଅଧିକ ମୂଲ୍ୟରେ କିଣିଛି । ଧର୍ମେଶ ଶାହ କହିଛନ୍ତି ଯେ ଏହି ଡିଲରେ ତାଙ୍କୁ ଓପନ ଏଆଇର ସେୟାର ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ଡିଲ ବାବଦରେ ସମୂର୍ଣ୍ଣ ସୂଚନା ମିଳି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.