ବିରୋଧୀଙ୍କୁ ମିଳିଛି ସିକ୍ରେଟ୍ ବରଦାନ, ପିଏମ ମୋଦୀ ସଂସଦରେ ୩ ଉଦାହରଣ ଦେଇ ବୁଝାଇଲେ

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ବିରୋଧୀଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହେଉଛି। ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ଲୋକସଭାରେ ବିରୋଧୀ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ତାଙ୍କ ପାର୍ଟି ତାଙ୍କୁ ସମୟ ହିଁ ଦେଉ ନାହାନ୍ତି। ମୁଁ ସଦନରେ ଏକ ସିକ୍ରେଟ୍  କହିବାକୁ ଚାହୁଁଛି। ଏହି କଂଗ୍ରେସ ଲୋକ ଯାହାର ଖରାପ ଚିନ୍ତା କରନ୍ତି, ତାର ମଙ୍ଗଳ ହୋଇ ଯାଉଛି। ପ୍ରଧାନମନ୍ତ୍ରୀ ନିଜ ଆଡ଼କୁ ଇସାରା କରି କହିଛନ୍ତି, ମୋତେ ଦେଖନ୍ତୁ। ତାଙ୍କର ଏହି ଟିପ୍ପଣୀରେ ଗୃହରେ ହାସ୍ୟରସ ଖେଳି ଯାଇଥିଲା।

wp:heading {"level":4}

Als0 read- ‘୨୦୧୮ରେ ଅନାସ୍ଥା ଆଣିଥିଲ, ଆମେ ଜିତିଥିଲୁ, ପୁଣି ୨୦୨୩ରେ ଆଣିଲ, ଏବେ ରେକର୍ଡ ସହ ଜିତିବୁ’

/wp:heading

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋର ଦୃଢ ବିଶ୍ଵାସ ବିରୋଧୀ ଦଳର ନେତାଙ୍କ ନିକଟରେ ସିକ୍ରେଟ୍ ବରଦାନ ମିଳିଛି। ବରଦାନ ଏହା ଯେ, ଏମାନେ ଯାହାଙ୍କ ଖରାପ ଚିନ୍ତା କରନ୍ତି, ସେହି ଲୋକର ମଙ୍ଗଳ ହେଉଛି। ଏହା ଉପରେ ମୁଁ ୩ଟି ଉଦାହରଣ ଦେଉଛି।

ବ୍ୟାଙ୍କିଂ ସେକ୍ଟର

ବ୍ୟାଙ୍କିଂ ସେକ୍ଟରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଲୋକେ କହିଥିଲେ ଦେଶର  ବ୍ୟାଙ୍କିଂ ସେକ୍ଟର ବୁଡ଼ି ଯିବ। ଦେଶ ବରବାଦ ହୋଇଯିବ। ବଡ଼ ବଡ଼ ବିଦ୍ଵାନଙ୍କୁ ବିଦେଶରୁ ଡକାଗଲା, ବୋଧହୁଏ ଲାଗିଲା ସେମାନଙ୍କ କଥା କେହି ଜଣେ ମାନି ନେବେ। ଆମ ବ୍ୟାଙ୍କକୁ ନେଇ ଅନେକ ଗୁଜବ ପ୍ରଚାର କଲେ । ଯେବେ ସେମାନେ ବ୍ୟାଙ୍କର ଖରାପ ଚିନ୍ତା କଲେ, ପବ୍ଲିକ ସେକ୍ଟର ବ୍ୟାଙ୍କ ଦୁଇ ଗୁଣ ଲାଭ ଦେଲେ।

ଦ୍ଵିତୀୟ ଉଦାହରଣ- ଏଚଏଏଲ

ପିଏମ ମୋଦୀ କହିଛନ୍ତି, ଆମର ଡିଫେନ୍ସ  ହେଲିକପ୍ଟର ନିର୍ମାଣକାରୀ ସରକାରୀ କମ୍ପାନୀ ଏଚଏଏଲକୁ ନେଇ ବିରୋଧୀ ଦଳ କେତେ ନକରାତ୍ମକ କଥା କହିଲେ। ଏଚଏଏଲ ଧ୍ଵଂସ  ହୋଇ ଯାଇଥିବା କହିଲେ। ଭାରତର  ଡିଫେନ୍ସ ଇଣ୍ଡଷ୍ଟ୍ରୀ ସମାପ୍ତ ହୋଇଗଲା ବୋଲି କହିଲେ। ସେଠାକାର କର୍ମଚାରୀ ଓ ଶ୍ରମିକଙ୍କୁ ଭବିଷ୍ୟତ ନ ଥିବା କହି ଉସୁକାଇଲେ। ଏସବୁ ନକରାତ୍ମକ ମାହୋଲ ସୃଷ୍ଟି କରିବା ପରେ ବି ଏଚଏଏଲ ଆଜି ଦେଶର ଗୌରବ ପାଲଟିଛି।

wp:heading {"level":4}

Also read- ଯେଉଁଠି ରାଜା ଅନ୍ଧ…ସେଠି ଦ୍ରୌପଦୀଙ୍କ ହେଉଛି ବସ୍ତ୍ରହରଣ; ସରକାରଙ୍କୁ ଅଧୀର ରଞ୍ଜନଙ୍କ ଟାର୍ଗେଟ୍

/wp:heading

ତୃତୀୟ ଉଦାହରଣ ଏଲଆଇସି

ପ୍ରଧାନମନ୍ତ୍ରୀ କହିଛନ୍ତି, ଯାହାଙ୍କ ମନ୍ଦ ଚିନ୍ତା କରନ୍ତି ତାହା କେମିତି ଆଗକୁ ବଢିଛି ତାର ତୃତୀୟ ଉଦାହରଣ ଦେଉଛି। ଏଲଆଇସିକୁ ନେଇ ବିରୋଧୀ ଖୁବ୍ ଅପପ୍ରଚାର କଲେ। ବହୁତ  କାଳ୍ପନିକ କଥା କହିଲେ। କିନ୍ତୁ ଏଲଆଇସି ଆଜି ବହୁତ ମଜବୁତ ସ୍ଥିତିରେ ରହିଛି। ଏହି ଲୋକେ ଦେଶର ଯେଉଁ ସଂସ୍ଥାର ମୃତ୍ୟୁ ଘୋଷଣା କରନ୍ତି। ତାର ଭାଗ୍ୟ ଚମକୁଛି। ଦେଶକୁ ଯେତିକି ଗାଳି ଦେଉଛନ୍ତି, ଦେଶ ସେତିକି ମଜବୁତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.