SCB ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

Published By : Prameya-News7 Bureau | September 19, 2024 IST

କଟକ ୧୯।୯: ଏସ୍‌ସିବି ମେଡ଼ିକାଲରେ ଲାଗି ରହିଥିବା ଅବ୍ୟବସ୍ଥା, ଖାସ୍ କରି ମେଡିକାଲର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୬ ତାରିଖରେ ସ୍ବାସ୍ଥ୍ୟ ସଚିବ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି, ତାଙ୍କ ସହିତ ଏସସିବି ମେଡ଼ିକାଲ ଅଧୀକ୍ଷକ ବ୍ୟକ୍ତିଗତ ଭାବେ ହଜାର ହେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ନିକଟରର ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆଡ଼ଭୋକେଟ୍ କମିଟି ଏସସିବି ଗସ୍ତରେ ଯାଇଥିଲା । ସେ ସମୟର ଅବ୍ୟବସ୍ଥାକୁ କୋର୍ଟରେ ଉପସ୍ଥାପନ କରିଥିଲେ କମିଟି ସଦସ୍ୟ । ତେଣେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥାକୁ ନେଇ ସିଏମସିର ଏକାଧିକ ଅଧିକାରୀ ହାଇକୋର୍ଟରେ ହଜାର ହୋଇଥିଲେ । ସିଏମସି କମିଶନର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ଉଲ୍ଲେଖ ରହିଛି ଯେ, ରାସ୍ତା ମରାମତି କାମ ଆରମ୍ଭ ହୋଇଛି, ଯାହା ୨୬ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୬ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

You Can Read:

ପୋଲିସ ହେପାଜତରେ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.