ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ସରକାର ଆଲୋଚନା ନକଲେ ଆନ୍ଦୋଳନ ଜୋରଦାର

Published By : Prameya-News7 Bureau | March 13, 2025 IST

ଭଦ୍ରକ ୧୩।୦୩ : ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ । ତିନି ଦଫା ଦାବି ନେଇ ଓଡିଶା ଆଉଟ୍‌ ସୋର୍ସିଂ କର୍ମଚାରୀ ସଂଘ ଭଦ୍ରକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଆଉଟ୍‌ ସୋର୍ସିଂ କର୍ମଚାରୀ ଏଥିରେ ସାମିଲ ହେବାକୁ ସଂଘ ପକ୍ଷରୁ କୁହାଯାଇଛି । 

ଦୀର୍ଘ ବର୍ଷ ହେବ ଏହି ଆଉଟ୍‌ ସୋର୍ସିଂ କର୍ମଚାରୀମାନେ ଭଦ୍ରକ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ କରୁଥିଲେ । ସେମାନଙ୍କ ପ୍ରତି ସରକାର ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି । ପୂର୍ବ ସରକାର ଥିବା ସମୟରେ ଆଉଟ୍‌ ସୋର୍ସିଂ ଉଚ୍ଛେଦ ଉଠିବାକୁ ସ୍ୱର ଉଠିଥିଲା । କିନ୍ତୁ ଏବେ ଏହି ଦାବିକୁ କେହି ଶୁଣୁନଥିବା ଅଭିଯୋଗ କରିଛି ସଂଘ । ଆଗାମୀ ୧୯ ତାରିଖ ସୁଦ୍ଧା ସରକାର ଯଦି ଏହି ପ୍ରସଙ୍ଗରେ କୌଣସି ଆଲୋଚନା ନକରିବେ । ତେବେ ୨୪ ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ସହ ଗାନ୍ଧୀମାର୍ଗରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । 


୨୦୫୦ ସୁଦ୍ଧା ଭୟଙ୍କର ହେବ ସ୍ଥିତି ! ମେରୁ ଭୂଖଣ୍ଡରେ ବ୍ୟାପକ ପରିବର୍ତ୍ତନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.