ଜୁଲାଇରେ ନୂଆ ରେକର୍ଡ, ଗୋଟିଏ ମାସରେ EPFO ସହ ଯୋଡ଼ିହେଲେ ୧୮ ଲକ୍ଷରୁ ଅଧିକ କର୍ମଚାରୀ

Published By : Prameya-News7 Bureau | September 20, 2023 IST

ନୂଆଦିଲ୍ଲୀ: ରେକର୍ଡ ସଂଖ୍ୟକ କର୍ମଚାରୀଙ୍କୁ ଯୋଡ଼ି ଇତିହାସ ରଚିଛି ଇପିଏଫଓ । ତାହାବି ପୁଣି କେବଳ ଗୋଟିଏ ମାସରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ତଥ୍ୟ ଅନୁଯାୟୀ ଇପିଏଫଓ ୨୦୨୩ ଜୁଲାଇରେ ସର୍ବାଧିକ ୧୮.୭୫ ଲକ୍ଷ ସଦସ୍ୟ ଯୋଡ଼ିଛି । ଯାହା ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିବା ଇପିଏଫଓ ପେରୋଲ ଡାଟା ଅନୁଯାୟୀ, ସବୁଠୁ ଅଧିକ ସଦସ୍ୟ ଯୋଡ଼ିବାରେ ନୂଆ ରେକର୍ଡ ।

ତଥ୍ୟ ଅନୁଯାୟୀ, ୧୮.୭୫ ଲକ୍ଷ ସଦସ୍ୟଙ୍କ ମଧ୍ୟରୁ ୧୦.୨୭ ଲକ୍ଷ କେବଳ ନୂଆ ସଦସ୍ୟ ଯୋଡ଼ିହୋଇଛନ୍ତି। ଯାହା ୨୦୨୨ ଜୁଲାଇ ପରଠାରୁ ସର୍ବାଧିକ। ସେହିପରି ସଦସ୍ୟଙ୍କ ମଧ୍ୟରେ ୧୮-୨୫ ବର୍ଷର ବୟସର ସଦସ୍ୟଙ୍କ ହାର ୫୮.୪୫ ପ୍ରତିଶତ ରହିଛି । ୩.୮୬ ଲକ୍ଷ ମହିଳା ସଦସ୍ୟ ରହିଛନ୍ତି। ସେହିଭଳି ୨.୭୫ ଲକ୍ଷ ମହିଳା ଏଭଳି ଅଛନ୍ତି ଯେଉଁମାନେ ପ୍ରଥମ ଥର ଯୋଡ଼ିହୋଇଛନ୍ତି । ଏହି ତଥ୍ୟ କ୍ରମାଗତ ତିନି ମାସରୁ ଜାରି ରହିଛି। ଜୁନ୍‌ ୨୦୨୩ରେ ସମୁଦାୟ ୮୫,୯୩୨ ସଦସ୍ୟ ଇପିଏଫଓ ସହ ଯୋଡ଼ିହୋଇଥିଲେ । ରାଜ୍ୟ ହିସାବରେ ଦେଖିଲେ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଏବଂ ହରିୟାଣା ଇପିଏଫଓରେ ଅଧିକ ସଦସ୍ୟ ଯୋଡ଼ି ହୋଇଛନ୍ତି। ପ୍ରାୟ ୫୮.୭୮ ପ୍ରତିଶତ ଏହି ରାଜ୍ୟରୁ ହିଁ ପଞ୍ଜିକୃତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୭୩ ଲକ୍ଷ ପେନସନଭୋଗୀଙ୍କ ପାଇଁ ଖୁସିଖବର, EPFO ଆରମ୍ଭ କଲା ଏହି ସୁବିଧା

ESI Schemeରେ ମଧ୍ୟ ରେକର୍ଡ:

ସେହିଭଳି ଇଏସଆଇ ସ୍କିମ୍‌ରେ ପ୍ରାୟ ୨୭,୮୭୦ ନୂଆ ପ୍ରତିଷ୍ଠାନ ପଞ୍ଜୀକୃତ ହୋଇଛନ୍ତି । ସେହିପରି ସମୁଦାୟ ୧୯.୮୮ ଲକ୍ଷ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି। ଏହି କର୍ମଚାରୀଙ୍କ ମଧ୍ୟରୁ ୨୫ ବର୍ଷ ବର୍ଗ ମଧ୍ୟରେ ୯.୫୪ ଲକ୍ଷ ନୂଆ କର୍ମଚାରୀ ରହିଛନ୍ତି। ଯାହା ସମୁଦାୟ କର୍ମଚାରୀଙ୍କ ୪୭.୯ ପ୍ରତିଶତ। ଜୁଲାଇରେ ୨୦୨୩ରେ ଟ୍ରାନ୍ସ ଜେଣ୍ଡର କର୍ମଚାରୀଙ୍କ ମଧ୍ୟ ଇଏସଆଇ ଯୋଜନା ଅନୁଯାୟୀ ରେଜିଷ୍ଟ୍ରେସନ କରାଇଛନ୍ତି। ତେବେ ଏହା ଦ୍ବାରା ଜଣାପଡ଼ୁଛି ଯେ, ଦେଶର ଯୁବକଙ୍କ ପାଇଁ ଅଧିକ ଚାକିରି ଅବସର ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.