ପାକିସ୍ତାନରେ କ୍ୟାବିନେଟ୍ ମନ୍ତ୍ରୀ ହେଲେ ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମଶାଲ ହୁସେନ ମଲ୍ଲିକ

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ପାଣ୍ଠି ଯୋଗାଣ ଅଭିଯୋଗରେ ସଜା କାଟୁଥିବା ଆତଙ୍କବାଦୀ ୟାସିନ ମଲ୍ଲିକର ପତ୍ନୀ ମଶାଲ ମଲିକ ଏବେ ପାକିସ୍ତାନରେ କ୍ୟାବିନେଟ୍‌ ମନ୍ତ୍ରୀ। ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକଡ଼ ମଶାଲ ମଲିକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି।

ପାକିସ୍ତାନ ଖବର କାଗଜ ଡନ୍‌ର ରିପୋର୍ଟ ଅନୁସାରେ, ପାକିସ୍ତାନ ପିଏମ୍‌ ୧୮ ସଦସ୍ୟ ବିଶିଷ୍ଟ ମନ୍ତ୍ରୀମଣ୍ଡଳରେ ମଶାଲ ମଲ୍ଲିକଙ୍କୁ ମାନବାଧିକାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ହୋଇଛନ୍ତି।

Mushaal Hussein Mullick (@MushaalMullick) / X

ମଶାଲ ମଲ୍ଲିକ କିଏ ?

ମଶାଲ ମଲ୍ଲିକ ୨୨ ଫେବୃଆରୀ ୨୦୦୯ରେ ରାୱଲପିଣ୍ଡିରେ ୟାସିନ ମଲିକଙ୍କୁ ବିବାହ କରିଥିଲେ। ଉଇକିପିଡ଼ିଆ ତଥ୍ୟ ଅନୁଯାୟୀ, ୟାସିନ୍ ୨୦୦୫ରେ ପାକିସ୍ତାନ ଗସ୍ତରେ ଥିବା ବେଳେ ଦୁହିଁଙ୍କର ସାକ୍ଷାତ ହୋଇଥିଲେ। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ସ୍ନାତକ କରିଛନ୍ତି ମଶାଲ ମଲ୍ଲିକ।

ମଶାଲ ମଲିକଙ୍କ ମାଆ ରେହାନା ହୁସେନ୍ ମଲିକ୍ PML-N ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିବାବେଳେ ତାଙ୍କ ପିତା ଏମଏ ହୁସେନ୍ ମଲିକ୍ ଜଣେ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞ ଥିଲେ। ଯିଏ ଦର୍ମାନୀ ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ। ନୋବେଲ ପୁରସ୍କାର ପାଇଁ ସେ ପ୍ରଥମ ପାକିସ୍ତାନୀ ଜୁରି ଭାବରେ ସାମିଲ୍ ହୋଇଥିଲେ।

{"width":842,"height":722}
Mushaal Mullick Age, Height, Boyfriend, Husband, Family, Biography & More »  StarsUnfolded

ୟାସିନ୍ ମଲିକଙ୍କ ପତ୍ନୀ ମଶାଲ ମଲିକଙ୍କ ଭାଇ ହାୟଦାର ଅଲି ହୁସେନ୍ ୱାଶିଂଟନ୍ ଡି.ସି.ରେ ନାଭାଲ୍ ପୋଷ୍ଟ ଗ୍ରାଜୁଏଟ୍ ସ୍କୁଲର ଅଧ୍ୟାପକ ଅଛନ୍ତି। ତାଙ୍କ ଭଉଣୀ ସାବିନ ହୁସେନ୍ ମଲିକ୍ ଜଣେ ସାମାଜିକ କର୍ମୀ। ମଶଆଲ ତାଙ୍କର ୧୨ ବର୍ଷର ଝିଅ ରଜିଆ ସୁଲତାନାଙ୍କ ସହ ଇସଲାମାବାଦରେ ରହୁଛନ୍ତି।

ମଶାଲ ମଲିକଙ୍କ ସ୍ୱାମୀ, ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଜେଲରେ ଅଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ତଦନ୍ତ କରିଥିବା ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ମଲିକଙ୍କୁ ୨୦୧୯ ଗିରଫ କରାଯାଇଥିଲା। ଗତ ବର୍ଷ ମେ ମାସରେ ଦିଲ୍ଲୀର ଏକ କୋର୍ଟ ମଲିକଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Mushaal Hussein Mullick (@MushaalMullick) / X

ପାକିସ୍ତାନରେ ଖୁବ୍‌ଶୀଘ୍ର ହେବ ନିର୍ବାଚନ

ସୂଚନା ଥାଉକି ପାକିସ୍ତାନରେ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ଅନୱାର-ଉଲ-ହକ କାକଡ଼ଙ୍କୁ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ଅଗଷ୍ଟ ୧୨ ତାରିଖରେ କାକଡ଼ଙ୍କୁ ନିଯୁକ୍ତି ଦିଆଯାଇଥିଲା। କାକଡ଼ ବାଲୁଚିସ୍ତାନ ପ୍ରଦେଶର ଜଣେ ପାସ୍ତୁନ ଏବଂ ବାଲୁଚିସ୍ତାନ ଆୱାମୀ ପାର୍ଟି (BAP)ର ସଦସ୍ୟ। ଆସନ୍ତା କିଛି ମାସ ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ତା ପୂର୍ବରୁ ସଂସଦର କାର୍ଯ୍ୟକାଳ ୧୨ ଅଗଷ୍ଟରେ ଶେଷ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.