୧୦,୫୦୦ରୁ କମ୍ ରୋଜଗାର ଥିଲେ ମିଳିପାରିବ ଘର,ପୂର୍ବରୁ ବଞ୍ଚିତ ଥିବା ହିତାଧିକାରୀ ସାମିଲ୍ ହେବେ

Published By : Prameya-News7 Bureau | November 26, 2024 IST

ଭୁବନେଶ୍ବର ୨୬/୧୧: ସାମିଲ ହେବେ ଯୋଗ୍ୟ । ବାଦ୍‌ ପଡିବେ ଅଯୋଗ୍ୟ । ୧୦ ହଜାର ୫ଶହରୁ କମ୍‌ ରୋଜଗାର ଥିଲେ ମିଳିବ ଆବାସ ଯୋଜନାରେ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ  ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ ସୂଚନା । ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ୫ଶହ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ ।ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଜରୁରୀ । ଆବେଦନକାରୀ ନିଜେ ବିଭାଗର ଆପ୍‌ରେ ଆବେଦନ କରିବେ । ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ । ଆଧାର ସଂଯୋଗ କରାଯିବ । 


 ସେହିପରି  ବାପା ପୁଅ ଅଲଗା ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ । ଦିବ୍ୟାଙ୍ଗ ଓ ବିଧବାଙ୍କୁ ଘର ମିଳିବ ।ଯଦି କୌଣସି ଗାଁରେ ୧୫ରୁ ୨୦ ପରିବାରର ଘର ଡିହ ନଥିବ, ଗାଁ ଭଳି କ୍ଲଷ୍ଟର କରାଯାଇ ଘର ଦିଆଯିବ । ରାସ୍ତା,ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ । ପୂର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁ ଅନେକ ହିତାଧିକାରୀ ବାଦ୍‌ ପଡୁଥିଲେ । ପୂର୍ବରୁ ଯେଉଁମାନେ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ ଘର ମିଳିବ । ଏଥିପାଇଁ ବିଭାଗର କର୍ମକର୍ତ୍ତାଙ୍କୁ ଟ୍ରେନିଂ ଦିଆଯିବ । ୨ ମାସ ମଧ୍ୟରେ କାମ ସରିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାଏକ  ।  

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.