କଣ କ୍ଷୀର ଆଉ ପନିର ନନଭେଜ, ଭାରତୀୟ ଡାକ୍ତରଙ୍କ ଏହି ଦାବି ପରେ ସୋସିଆଲ ମିଡିଆରେ ଝଡ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ ୮/୨:  କଣ ଆପଣ ନିରାମିଷ ପ୍ରେମୀ । ଯଦି ହଁ ଏବେ କ୍ଷୀର ଓ ପନିର ଖାଇବା ପୂର୍ବରୁ ହଜାରେ ଥର ଭାବିବେ । କାହିଁକି ନା ସୋସିଆଲ ମିଡିଆରେ ଡାକ୍ତରଙ୍କ ଦାବି ଝଡ ସୃଷ୍ଟି କରିଛି । ଇଣ୍ଡିଆ ଜର୍ଣ୍ଣାଲ ମେଡିକାଲ ଏଥିକ୍ସର ଏକଜିକ୍ୟୁଟିଭ ଏଡିଟର ଡାକ୍ତର ସିଲଭିୟା କର୍‌ପଗାମଙ୍କ ଦାବି ହେଉଛି କ୍ଷୀର ଓ ପନିର ଶାକାହାରୀ ଖାଦ୍ୟ ନୁହେଁ । କାହିଁକି ଏସବୁ ଜୀବଜନ୍ତୁଙ୍କ ଭିତରୁ ଆସିଥାଏ । କ୍ଷୀର ଓ ମାଂସ ସମାନ ଖାଦ୍ୟ । ଯାହା ଶୁଣି ନିରାମିଷ ଖାଉଥିବା ବ୍ୟକ୍ତି ନିରାଶ ହେବା ସହ ଅସନ୍ତୋଷ ଝାଡିଛନ୍ତି । 

ପ୍ରଥମେ ଜଣେ ଡାକ୍ତର ସୁନୀତା ସାୟାମଗୁରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ନନଭେଜ ଥାଳି ପୋଷ୍ଟ କରିଥିଲେ । କ୍ୟାପସନ ଦେଇଥିଲେ ପତିଙ୍କ ଡିନର ପ୍ଲେଟ । ଶାକାହାରୀ ଭୋଜନ । ଥାଳିରେ କ୍ଷୀର,ପନିର ,ମୁଗ ଡାଲି  ସହ ଗାଜର,କାକୁଡି,ପିଆଜ,ନଡିଆ ଓ ଅଖରୋଟର ସାଲାଡ ଥିଲା । ଖାଦ୍ୟରେ ପ୍ରୋଟିନ,ଗୁଡ  ଫ୍ୟାଟ ଆଉ ଫାଇବର ସାମିଲ ଥିବାର ଦାବି ରଖିଥିଲେ ।

ସେ ଫେବ୍ରୁଆରୀ ୪ରେ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ । ଏବେ ସୁଦ୍ଧା ଏହି ପୋଷ୍ଟକୁ ୧୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ଏହି ପୋଷ୍ଟର ଜବାବରେ ଇଣ୍ଡିଆ ଜର୍ଣ୍ଣାଲର ମେଡିକାଲ ଏଥିକ୍ସର ଏକଜିକ୍ୟୁଟିଭ ଏଡିଟର ଡାକ୍ତର ସିଲଭିୟା କର୍‌ପଗାମ କହିଛନ୍ତି ପନିର ଆଉ କ୍ଷୀର ଶାକାହାରୀ ଭୋଜନ ନୁହେଁ । ସେ ୬ ଫେବ୍ରୁଆରୀରେ ଏହି ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ପ୍ରାୟ ୧ଲକ୍ଷ ପାଖାପାଖି ଲୋକ ଦେଖି ସାରିଲେଣି । 

ସୋସିଆଲ ମିଡିଆରେ ଲୋକଙ୍କ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନେକ ଲୋକ ଏହି ପୋଷ୍ଟକୁ ବିରୋଧ କରିଥିବାବେଳେ କିଛି ସମର୍ଥନ ବି କରିଛନ୍ତି । ଯାହାକୁ ନେଇ ଅନେକ ବିବାଦ ଠିଆ ହୋଇଛି । ଜଣେ ୟୁଜର ଲେଖିଛନ୍ତି କ୍ଷୀର ପନିର ପାଇଁ କୌଣସି ଜୀବ ହତ୍ୟା କରାଯାଏନି । ସେଥିପାଇଁ ଏହି ଖାଦ୍ୟ ନନଭେଜ ନୁହେଁ ଭେଜ । ଆଉ ଜଣେ ୟୁଜର ଲେଖିଛନ୍ତି ଅଣ୍ଡା ପାଇଁ ତ କୁକୁଡାକୁ ମରିବାରୁ ପଡେନି । ତାହା ହେଲେ ଅଣ୍ଡାକୁ କଣ ପାଇଁ ଆମିଷ ଖାଦ୍ୟ କୁହାଯାଏ ।   

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.