ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

Published By : Prameya-News7 Bureau | September 14, 2024 IST

ପୁରୀ ୧୪।୯: ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଛି । ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତି ବଢିବ । 

ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି । ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ । ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ ।

ସେପଟେ ରବିବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ ।

You Can Read:

ବଦଳିଲା 'ମୋ ସ୍କୁଲ୍‌' ଅଭିଯାନ ନାଁ, ‘ପଞ୍ଚଶଖା ଶିକ୍ଷା ସେତୁ’ ନାଁରେ ହେବ ପରିଚାଳିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.