ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର : ଆସନ୍ତା ୫ରୁ ଯାତ୍ରୀବାହୀ ବିମାନ ସେବା

Published By : Prameya-News7 Bureau | March 01, 2024 IST

ମାଲକାନଗିରି ୧: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହୀ ବିମାନ । ଏନେଇ ଏୟାର୍ ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି ।

ଶୁକ୍ରବାର ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍‌ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିଏସନ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କ୍ୟାପ୍ଟେନ ସବାରିଷ ଏସ୍. କୁମାର । ଏୟାର୍‌ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ଅନ୍ ଇଣ୍ଡିଆ ବିମାନର ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/1152-new-lecturers-officers-and-staff-joined-the-state-government/","type":"wp-embed","providerNameSlug":"prameya-news-7"}
https://www.prameyanews7.com/1152-new-lecturers-officers-and-staff-joined-the-state-government/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.