ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍ : ଶ୍ରମିକ ମୃତ, ଦୁଇ ଆହତ

Published By : Prameya-News7 Bureau | July 17, 2025 IST

ରାୟଗଡା ୧୭୭: ରାୟଗଡା ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ । ପାସେଞ୍ଜର ଟ୍ରେନ୍‌ ଏକ ଲାଇଟ୍ ମଟର ଟ୍ରଲିକୁ ଧକ୍କା ଦେବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରେଳଷ୍ଟେସନ ନିକଟରେ ଟ୍ରାକ୍ ମରାମତି ପାଇଁ ଶ୍ରମିକ ମାନେ ଲାଇଟ୍ ମଟର ଟ୍ରଲିରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ପାସେଞ୍ଜର ଟ୍ରେନ୍ ଆସିଯାଇଥିଲା । ଫଳରେ ଶ୍ରମିକ ମାନେ ମେଣ୍ଟେନାନ୍ସ ଟ୍ରଲି ଗାଡିକୁ ଟ୍ରାକ୍ ଉପରୁ ବାହାରକୁ କାଢ଼ିଥିଲେ । କିନ୍ତୁ ଠିକ୍ ଭାବରେ ବାହାର କରିନଥିବାରୁ ପାସେଞ୍ଜର ଟ୍ରେନ୍ ଟ୍ରଲିକୁ ଧକ୍କା ଦେଇଥିଲା । ଫଳରେ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ବାବୁଲା ସାହା ଓ ସୁଶାନ୍ତ ଦାସ । ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ ।

You Can Read:

ଅଭାବନୀୟ : ପ୍ରେମିକଙ୍କ ବାଇକ୍‌ରୁ ଖସିପଡି ଚାଲିଗଲା ପ୍ରେମିକାଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.