ଲଗାଣ ବର୍ଷାରେ ଗାଁ ଜଳବନ୍ଦୀ, ବିଦ୍ୟୁତ ତାର ସହାୟତାରେ ନଦୀ ପାର ହେଉଛନ୍ତି ଲୋକେ

Published By : Prameya-News7 Bureau | July 24, 2024 IST

ମୋହନା ୨୪: ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି l ଫଳରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ଅନେକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି l ଗାଙ୍ଗୁଡ଼ିପଙ୍କlଳ ଗାଁ ସମେତ ଗରଡ଼ମା, ଖାରୀଗୁଡା, ମାଣ୍ଡିମେରା ପଞ୍ଚାୟତର ମଧ୍ୟ କିଛି ଗାଁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି l ଗାଁ ଲୋକେ ବିଦ୍ୟୁତ ତାର ସହାୟତାରେ ନଦୀ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି l 

ଗାଁର ମହିଳା ଓ ଛୋଟ ଛୋଟ ପିଲାମାନେ ମଧ୍ୟ ନଦୀ ପାର ହେଉଛନ୍ତି l ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଥର ଅଞ୍ଚଳବାସୀ ଦାବି କରିଛନ୍ତି l ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ l ତେଣୁ ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି ହେଉଛି  l

You Can Read:

ଶୌଚ ହେବାକୁ ଯାଇ କେନାଲ ଭାସିଯାଇଥିଲେ ନାବାଳକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.