ଏପ୍ରିଲ୍‌ରେ ଆକାଶରେ ଦେଖାଯିବ ‘ଗୋଲାପି ଜହ୍ନ’, ଜାଣନ୍ତୁ କେବେ ଦେଖିପାରିବେ ‘ପିଙ୍କ୍ ମୁନ୍’

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୨ ଚୈତ୍ର ପୂର୍ଣ୍ଣିମାରେ ଆକାଶରେ ଦେଖାଯିବ 'ପିଙ୍କ୍ ମୁନ୍' ବା 'ଗୋଲାପି ଜହ୍ନ' । ଏପ୍ରିଲ୍ ମାସର ପୂର୍ଣ୍ଣିମାରେ  ପୂର୍ଣ୍ଣ ଚନ୍ଦ୍ରକୁ ଲୋକମାନେ ଦେଖିପାରିବେ । ଏହି ପୂର୍ଣ୍ଣ ଚନ୍ଦ୍ରକୁ ହିଁ 'ପିଙ୍କ୍ ମୁନ୍' ବୋଲି କୁହାଯାଏ । ଏହାକୁ ଦେଖିବାର ସବୁଠୁ ଉପଯୁକ୍ତ ସମୟ ହେଉଛି ଭୋର ୫ଟା । ତେବେ ଏହି 'ପିଙ୍କ୍ ମୁନ୍'କୁ ନେଇ ଅନେକ ଭ୍ରାନ୍ତି ମଧ୍ୟ ରହିଛି । ଯେପରି କି ଏହି ସମୟରେ ଜହ୍ନର ରଙ୍ଗ ଗୋପାଲି ହେବ । କିନ୍ତୁ ବାସ୍ତାବର ତାହା ଘଟେ ନାହିଁ ।

ଏହାର ନାଁ 'ପିଙ୍କ୍‌ ମୁନ୍‌' ହୋଇଥିଲେ ବି ଆକାଶରେ ଜହ୍ନଟି ଗୋଲାପି ଦିଶିବ ନାହିଁ । ଏକ ଗୋଲାପି ରଙ୍ଗର ଫୁଲରୁ ଏହି ନାମଟି ଆସିଛି । ଇଂଲଣ୍ଡ ଏବଂ କନାଡାରେ ଏକ ସୁନ୍ଦରିଆ ଜଙ୍ଗଲୀ ଗୋଲାପି ରଙ୍ଗର ଫୁଲଟି ବସନ୍ତ ଆରମ୍ଭରୁ ଫୁଟିଥାଏ । ପୂର୍ଣ୍ଣିମାର ଜହ୍ନ ମଧ୍ୟ ସେହି ସମୟରେ ଆକାଶରେ ଦେଖାଯାଉଥିବାରୁ ଏହାର ନାମ ‘ପିଙ୍କ୍‌ ମୁନ୍‌’ ରଖାଯାଇଛି ।

ଉତ୍ତର ଆମେରିକର ଅଧିବାସୀ ଏପ୍ରିଲରେ ପୂର୍ଣ୍ଣଚନ୍ଦ୍ରକୁ ଏପରି ନାମକରଣ କରିବାର କାରଣ ହେଉଛି, ବସନ୍ତଋତୁର ଆଗମନରେ ‘ମସ୍‌ ଫ୍ଲକ୍ସ’ ନାମକ ଏକ ଲତାରେ ଗୋଲାପି ରଙ୍ଗର ଫୁଲ ଚାରିଆଡ଼େ ଦେଖାଯାଏ । ସେଥିପାଇଁ ଉତ୍ତର ଆମେରିକାର ବାସିନ୍ଦା ଏପ୍ରିଲ ମାସର ପୂର୍ଣ୍ଣଚନ୍ଦ୍ରକୁ ପିଙ୍କ୍ ମୁନ୍‌ ବା ଗୋଲାପି ଚନ୍ଦ୍ର ନାମକରଣ କରିଥିଲେ । ଯାହା ଏବେ ମଧ୍ୟ ଅନେକ ସ୍ଥାନରେ ପ୍ରଚଳିତ ହେଉଛି । ଏହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ । ତେଣୁ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ‘ପିଙ୍କ୍‌ ମୁନ୍‌ ’ ଏବଂ ରାତିରେ ଆକାଶ ଚମକିବାରେ କୌଣସି ସତ୍ୟତା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.