ଝଡ଼ ବର୍ଷାରେ ଭାସିଗଲା ପୋଲ,ଆଳ୍ପକେ ବର୍ତ୍ତିଲେ ଲୋକ, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | June 28, 2023 IST

ବୈଶାଳୀ ୨୮।୬: ବିହାର ବୈଶାଳୀରେ ରାଘୋପୁରକୁ ମୁଖ୍ୟମାର୍ଗ ସହ ସଂଯୁକ୍ତ କରୁଥିବା ଅସ୍ଥାୟୀ ଭସା ପୋଲଟିର ଗୋଟିଏ ଅଂଶ ବୁଧବାର ଝଡ଼ ବର୍ଷାରେ ଭାସି ଯାଇଛି। ପୋଲର ସେହି ଅଂଶଟି ଭାସି ଯାଇଛି ଯେଉଁ ଅଂଶଟି ଘାଟକୁ ସଂଯୁକ୍ତ କରୁଥିଲା। ଗଙ୍ଗାନଦୀ ଉପରେ ନିର୍ମିତ ଏହି ପୋଲଟି ଚଳିତବର୍ଷ ୨ ମାସ ବିଳମ୍ବରେ  ଲୋକଙ୍କ ଲାଗି ଖୋଲିଥିଲା।  ହେଲେ ଏଥିରେ ଲୋକେ ସୁଚାରୁ ଯାତାୟାତ କରିପାରୁନଥିଲେ। ଏବେ ପୋଲଟି ଭାସି ଯାଇଥିବାରୁ ରାଘୋପୁର ବ୍ଲକ୍ ସହ ଜିଲ୍ଲା ମୁଖ୍ୟାଳୟର ସମ୍ପର୍କ ବିଛିନ୍ନ ହୋଇଛି। 

ଜାଣନ୍ତୁ କାହିଁକି ବଢ଼ିଲା ଟମାଟୋ ଦର, କମିବ କେବେ?

ଝଡ଼ ବର୍ଷାରେ ପୋଲଟି ନଦୀରେ ଭାସି ଯାଉଥିବା ବେଳେ ପୋଲ ଉପରେ ଲୋକ ଥିଲେ। ଏମାନେ ପୋଲ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବହୁ ସଂଖ୍ୟାରେ ଲୋକେ ପୋଲ ସହ ଭାସି ଯାଇଥିଲେ। ତେବେ ପରେ ପ୍ରଶାସନ ଲୋକଙ୍କୁ ପୋଲରୁ ସୁରକ୍ଷିତ ଉଦ୍ଧାର କରିଛି। ଗତ ଫେବୃଆରୀ ମାସରେ ପୋଲଟି ସର୍ବସାଧାରଣଙ୍କ ନିମନ୍ତେ ଖୋଲିଥିଲା। ତେବେ ୫ ମାସ ନ ପୁରୁଣୁ ଭାସି ଯିବାରୁ ଜନଅସନ୍ତୋଷ ଦେଖା ଦେଇଛି।

{"id":809895,"sizeSlug":"full","linkDestination":"none"}

ଏହି ପୋଲଟି ବର୍ଷର ୬ ମାସ ସେବା ଯୋଗାଇ ଦେଇଥାଏ। ତେବେ ଚଳିତବର୍ଷ ୫ ମାସ ବି ସେବା ଯୋଗାଇ ପାରିନାହିଁ।  ନଦୀରୁ ଜୁନ ୧୫ ତାରିଖ ସୁଦ୍ଧା ପୋଲ ହଟାଇ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ଥିଲା। ତେବେ ନଦୀରେ ପାଣି କମ ଥିବାରୁ ପୋଲ ଏପର୍ଯ୍ୟନ୍ତ ଖୋଲାଯାଇନଥିଲା। ନଦୀରେ ପାଣି କମ ଥିବା ବେଳେ ନାଆ ଚାଲିବା କଷ୍ଟକର ହୋଇଥାଏ। ଏଣୁ ଲୋକେ ପୋଲ ଉପର ଦେଇ ଯାତାୟାତ କରୁଥିଲେ। ଏବେ ପୋଲଟି ଭାସି ଯାଇଥିବାରୁ ଜିଲ୍ଲା ମୁଖ୍ୟାଳୟ ହାଜିପୁର ସହ ରାଘୋପୁରର ସମ୍ପର୍କ ବିଛିନ୍ନ ହୋଇଛି। ଫଳରେ ଦିଆରାର ୩ ଲକ୍ଷ ଲୋକଙ୍କ ଆଗରେ ଯାତାୟାତ ସମସ୍ୟା ଉପୁଜିଛି।

ଆମେରିକାରେ ଭାରତୀୟଙ୍କୁ ୩ ବର୍ଷ ଜେଲ୍‌; ମାନବ ଚାଲାଣ ମାମଲାରେ ୮୦୦ ଲୋକଙ୍କୁ କରିଥିଲା ବେଆଇନ୍‌ ସୀମାପାର୍‌

ପୋଲଟି ଏବେ ଭାସି ଯାଇଥିବାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଡଙ୍ଗା ଉପରେ ନିର୍ଭର କରିବାକୁ ହେବ। ପୋଲ ନିର୍ମାଣ ପରଠାରୁ ଡଙ୍ଗାଚାଳକ ଯାତ୍ରୀ ଭଡ଼ା ବୃଦ୍ଧି କରିଛନ୍ତି। ପୂର୍ବରୁ ପ୍ରତି ବ୍ୟକ୍ତି ଡଙ୍ଗାଚାଳକ ୧୦ ଟଙ୍କା ଆଦାୟ କରୁଥିଲେ। ଏବେ ଏହାକୁ ବଢାଇ ୨୦ ଟଙ୍କା କରିଦେଇଛନ୍ତି। ଏବେ ପୋଲ ଭାସି ଯାଇଥିବାରୁ ଲୋକେ ଗଙ୍ଗାନଦୀ ପାର ହେବା ପାଇଁ ଡଙ୍ଗାକୁ ଭରସା କରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିବା ବେଳେ ନଦୀରେ ଓଭରଲୋଡିଂ ସମସ୍ୟା ଉପୁଜିପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.