ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଓ୍ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

Published By : Prameya-News7 Bureau | May 31, 2023 IST

ଭୁବନେଶ୍ୱର ୩୧/୦୫: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଦିନ ୧୧ ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଛାତ୍ରଛାତ୍ରୀ ୱେବସାଇଟରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି।

ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀ www.chseodisha.nic.in ଏବଂ www.odisharesults.nic.inରେ ଲଗ୍ ଇନ୍ କରିପାରିବେ । SAMS ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷା ଫଳ । ବିଭାଗୀୟ ମନ୍ତ୍ରୀ, ସିଏଚଏସଇ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ତାଙ୍କ ମାର୍କସିଟ୍ ଓେବସାଇଟରୁ ଡାଉନଲୋଡ୍ କରିପାରିବେ ।

wp:embed {"url":"https://www.prameyanews7.com/aso-merit-list-cancellation-issue-review-petition-taken-up-in-high-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aso-merit-list-cancellation-issue-review-petition-taken-up-in-high-court/
/wp:embed

ସେପଟେ ଜୁନ ୮ ରେ ପ୍ରକାଶ ପାଇବ କଳା ଓ ଧନ୍ଦାମୁଳକ ଶିକ୍ଷା ରେଜଲ୍ଟ । ଚଳିତ ବର୍ଷ ମୋଟ୍ ୧ ହଜାର୧୪୫ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥି ମଧ୍ୟରୁ ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧ ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ସିବିଏସଇ ବୋର୍ଡ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିସାରିଥିବାବେଳେ ସିଏଚଏସଇ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.