ପିଏମ୍ କିଷାନ ଯୋଜନାରେ ଡିବିଟି ହେବ ୧୮ତମ କିସ୍ତି, ଉପକୃତ ହେବେ ୯.୪ କୋଟି ଚାଷୀ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମିଳିବ ୧୮ତମ କିସ୍ତି । ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନର ଶୁଭାରମ୍ଭ କରିବେ । ଡିବିଟି ମାଧ୍ୟମରେ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିରେ ପ୍ରାୟ ୯ କୋଟି ୫୦ ଲକ୍ଷ ହିତାଧିକାରୀ ଚାଷୀ ଉପକୃତ ହେବେ । 

ସୂଚନା ଅନୁଯାୟୀ, ପିଏମ୍ କିଷାନ ଯୋଜନାରେ ଶୁଭାରମ୍ଭ ଲାଗି ମହାରାଷ୍ଟ୍ରର ଓ୍ବାସିମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରୁ ଯୋଜନାର ଶୁଭାରମ୍ଭ କରି ଚୀଷଙ୍କ  ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ । ୯ କୋଟି ୫୦ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଟ୍ରାନ୍ସଫର କରାଯିବ । ଏହା ପୂର୍ବରୁ ଜୁନ୍ ୧୮ ତାରିଖରେ ଚାଷୀ ଖାତାକୁ ୧୭ତମ କିସ୍ତି ଆସିଥିଲା । ଚାଷୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ରୋଜଗାରକୁ ଦୁଇ କରିବାଲାଗି ୨୦୧୯ ମସିହା ଫେବ୍ରୁଆରୀ ମାସରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହି ଟଙ୍କା ତିନୋଟି କିସ୍ତି ମାଧ୍ୟମରେ ଚାଷୀକୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ।          

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.