ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ଣ୍ଣ ସମର୍ଥନ ଥିଲା, ମାତ୍ର ଏହି ମାନଙ୍କୁ ବୁଝାଇବାରେ ସମୟ ଲାଗିଲା: ସୀତାରମଣ

Published By : Prameya-News7 Bureau | February 02, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ପୂରା ବଜେଟ୍‌ରେ ସବୁଠୁ ଅଧିକ ଚର୍ଚ୍ଚା ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ୍ ନ ଲାଗିବା। ଏବେ ଏହି ନିଷ୍ପତ୍ତିକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୂର୍ଣ୍ଣ ଭାବେ ଆୟକର ହ୍ରାସ କରିବା ସପକ୍ଷରେ ଥିଲେ। ସେ ଆରମ୍ଭରୁ ହିଁ ଏହା ଚାହୁଁଥିଲେ। ଆମେ ଏହାକୁ ଲାଗୁ କରିବା ପାଇଁ ସବୁଠୁ ଅଧିକ ପ୍ରଶାସନିକ ଅଧିକାରୀଙ୍କୁ ବୁଝାଇବାରେ ଲାଗିଲା।

ନ୍ୟୁଜ ଏଜେନ୍ସିଙ୍କୁ ଦେଇଥିବା ସାକ୍ଷାତକାରରେ ନିର୍ମଳା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଆରମ୍ଭରୁ ସ୍ପଷ୍ଟ ଥିଲେ ଯେ, ଆମକୁ ଟ୍ୟାକ୍ସ ହ୍ରାସ ପାଇଁ କିଛି କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ପରେ ଏହି କାମ ଆମ ମନ୍ତ୍ରଣାଳୟ ଉପରେ ଥିଲା। ଆମେ ସହଜତାର ସହ ଏହି ପୂରା ମାମଲାକୁ ଏକ ଯୋଜନାର ରୂପ ଦେଲୁ ଏବଂ ଏହାକୁ ଏକ ପ୍ରସ୍ତାବ ରୂପେ ଆଗକୁ ବଢାଇଲୁ। ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପରେ ଆମ ସାମ୍ନାରେ ବୋର୍ଡକୁ ବୁଝାଇବା ଏକ ଚ୍ୟାଲେଞ୍ଜ ଥିଲା। ଆଉ ଶେଷରେ ଆମେ ଟ୍ୟାକ୍ସ କମ କରିବାରେ ସଫଳ  ହୋଇଛୁ।

ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦଳିତ, ପଛୁଆବର୍ଗ, ଆଦିବାସୀ ଓ ସାଧାରଣ ଜନତାଙ୍କ କଥାକୁ ଶୁଣନ୍ତି ଏବଂ ସେମାନଙ୍କ ଆବଶ୍ୟକତାକୁ ଗୁରୁତର ଭାବେ ବିଚାର କରନ୍ତି। କେନ୍ଦ୍ର ସରକାର ସଭିଙ୍କ ପାଇଁ କାମ କରୁଛନ୍ତି ଏବଂ ଯଥା ସମ୍ଭବ ଜନତାଙ୍କ ସମସ୍ୟା ନିବାରଣ ଦିଗରେ କାମ କରୁଛନ୍ତି। ମୁଁ ଏମିତି ସରକାରର ଅଂଶ ହୋଇ ନିଜକୁ ଗର୍ବିତ ମନେ କରୁଛି।

ଏହା ପୂର୍ବରୁ ଶନିବାର ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ରେ କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେଇ ୧୨ ଲକ୍ଷ ଆୟ ଉପରେ କୌଣସି ଟ୍ୟାକ୍ସ ନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତିକୁ ନେଇ କହିଥିଲେ ଯେ, ଏହି ନିୟମ ୧.୪ ବିଲିୟନ ଭାରତୀୟଙ୍କ ଆକାଂକ୍ଷକୁ ପ୍ରଦର୍ଶିତ କରୁଛି। ସାଧାରଣତଃ ଯେବେ ବଜେଟ୍ ଉପସ୍ଥାପନ ହୁଏ ଏହାର ଲକ୍ଷ୍ୟ ସରକାରଙ୍କ ରାଜସ୍ଵ ଭରିବା ଉପରେ ରହିଥାଏ। ମାତ୍ର ଏହି ବଜେଟ୍‌ର ମୁଖ୍ୟ ଉଦ୍ଦେଶ୍ୟ କେମିତି ସାଧାରଣ ଜନତାଙ୍କ ପକେଟ୍‌ରେ ପଇସା ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.