ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଅନରାରି ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାରବାଡୋସ୍ ପୁରସ୍କାର

Published By : Prameya-News7 Bureau | March 06, 2025 IST

internet

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କଲା ବାରବାଡୋସ୍‌। କୋଭିଡ-୧୯ ମହାମାରୀ ସମୟରେ ଉତ୍ତମ ରଣନୈତିକ ନେତୃତ୍ୱ ଏବଂ ମୂଲ୍ୟବାନ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଷ୍ଠିତ ସମ୍ମାନଜନକ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାରବାଡୋସ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ବ୍ରିଜଟାଉନର ସରକାରୀ ଗୃହରେ ବାରବାଡୋସର ରାଷ୍ଟ୍ରପତି ଡେମ୍ ସାଣ୍ଡ୍ରା ମାସନ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ଏନେଇ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ବାରବାଡୋସର ବ୍ରିଜଟାଉନରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ବୈଦେଶିକ ବ୍ୟାପାର ଏବଂ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପାବିତ୍ର ମାର୍ଗେରିଟା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଦୁଇ ଦେଶ, ଭାରତ ଏବଂ ବାରବାଡୋସ ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। 

ତେବେ ୨୦ ନଭେମ୍ବର, ୨୦୨୪ରେ ଏହି ମୋଦୀଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ବାରବାଡୋସ୍ ପକ୍ଷରୁ ଘୋଷଣା କରାଯାଇଥିଲା। ଗୁୟାନାର ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ନେତା ସମ୍ମିଳନୀରେ ବାରବାଡୋସ୍ ପ୍ରଧାନମନ୍ତ୍ରୀ ମିଆ ଆମର୍ ମୋଟଲି ଏହି ପୁରସ୍କାର ଘୋଷଣା କରିଥିଲେ।

ପଢନ୍ତୁ-  ଲଣ୍ଡନରେ ଜୟଶଙ୍କର ସୁରକ୍ଷାରେ ତ୍ରୁଟି: ବ୍ରିଟେନ୍ କହିଲା, ଏଭଳି ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ

ପୁରସ୍କାର ଗ୍ରହଣ କରିବା ପରେ ଟ୍ୱିଟରରେ ଏକ ବିବୃତ୍ତି ଜାରି କରି ମାର୍ଗେରିଟା କହିଛନ୍ତି ଯେ ଏହି ସମ୍ମାନ ଭାରତ ଏବଂ ବାରବାଡୋସ ମଧ୍ୟରେ ଗଭୀର ସମ୍ପର୍କ, ସହଯୋଗ ଏବଂ ବିକାଶ ପ୍ରତି ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଇବ, ବିଶେଷକରି ସଙ୍କଟ ସମୟରେ। ୧୯୬୬ ମସିହାରେ ଦୂତାବାସ ପ୍ରତିଷ୍ଠା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଘନିଷ୍ଟ ରହିଛି ବୋଲି ସେ କହିଛନ୍ତି। 

ଏହି ସବୁ ଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ମିଳି ସାରିଛି ସମ୍ମାନ

ସୂଚନା ଥାଉକି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ - କିଙ୍ଗ ଅବଦୁଲ ଅଜିଜ୍ ସେସ୍, ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ - ଆମିର ଅମାନୁଲ୍ଲାହ ଖାନ ପୁରସ୍କାର, ପାଲେଷ୍ଟାଇନର ଗ୍ରାଣ୍ଡ୍ କଲାର ଅଫ୍ ଦ ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ୍ ପୁରସ୍କାର, ସଂଯୁକ୍ତ ଆରବ ଏମିରେଟ୍ସର ଅର୍ଡର ଅଫ୍ ଜାଏଦ, ରୁଷିଆର ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରୁ ଦି ଆପୋଷ୍ଟଲ୍ ସମ୍ମାନ, ମାଳଦ୍ୱୀପର ନିଶାନ ଇଜ୍ଜୁଦ୍ଦିନ, ବାହାରିନର କିଙ୍ଗ ହମାଦ୍ ଅର୍ଡର ଅଫ୍ ଦି ରେନେସାଁ ପୁରସ୍କାର ଏବଂ ଆମେରିକାର ଯୁକ୍ତରାଷ୍ଟ୍ର ସଶସ୍ତ୍ର ବାହିନୀ ପୁରସ୍କାର, ଲିଜିଅନ୍ ଅଫ୍ ମେରିଟ୍ ପ୍ରଦାନ କରାଯାଇଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫ୍ରାନ୍ସର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲିଜିଅନ୍ ଅଫ୍ ଅନର୍, ଭୁଟାନର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ, ପାଲାଉର ଏବାକଲ ପୁରସ୍କାର, ଫିଜିର କମ୍ପୋନିଅନ ଅଫ୍ ଦି ଅର୍ଡର ଅଫ୍ ଫିଜି ପୁରସ୍କାର, ଏବଂ ପାପୁଆ ନ୍ୟୁ ଗିନିର ଗ୍ରାଣ୍ଡ କମ୍ପୋନିୟନ ଅଫ୍ ଦ ଅର୍ଡର ଅଫ୍ ଲୋଗୋହୁ, ମିଶ୍ର ଦେଶରେ ଅର୍ଡର ଅଫ୍ ଦି ନାଇଲ୍, ଫ୍ରାନ୍ସର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲିଜିଅନ୍ ଅଫ୍ ଅନର୍ ଏବଂ ଗ୍ରୀସର ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ଅନର୍ ପ୍ରଦାନ କରାଯାଇଛି।

ପଢନ୍ତୁ- ଟ୍ରମ୍ପଙ୍କ ଇତିହାସ ଜ୍ଞାନ ଉପରେ ପ୍ରଶ୍ନ ଉଠାଇବାରୁ ବ୍ରିଟେନ୍‌ରେ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲା ନ୍ୟୁଜିଲାଣ୍ଡ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.