ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍‌ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି

Published By : Prameya-News7 Bureau | February 24, 2025 IST

News7

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧିନରେ ସାରା ଦେଶରେ ୯.୮୦ କୋଟିରୁ ଅଧିକ ଚାଷୀ ଉପକୃତ ହେବେ। ଏଥର ୧୯ତମ କିସ୍ତିରେ ୨୨,୦୦୦ କୋଟି ଟଙ୍କାରୁ ଅଧିକ ବଣ୍ଟନ କରାଯାଇଛି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ଏଥିରେ ବିହାରର ୭୬ ଲକ୍ଷ ଚାଷୀ ପାଇବେ। ସେହିପରି ଓଡ଼ିସାରୁ ୩୪,୯୫,୧୪୭ ଜଣଙ୍କ ଚା। ଏଥର ଭାଗଲପୁର କିଷାନ ସମ୍ମାନ ନିଧି ଯୋଜନାର ଷଷ୍ଠ ବାର୍ଷିକୀ ମଧ୍ୟ ପାଳନ କରିବ।

ପ୍ରକାଶଥାଉକି ୧୮ତମ କିସ୍ତି ଗତ ବର୍ଷ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରର ୱାଶିମରୁ ପ୍ରଦାନ କରାଯାଇଥିଲା। ୨୦୧୯ ମସିହା ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ ହୋଇଥିଲା। ଚାଷୀମାନେ ସାର, ବିହନ, କୀଟନାଶକ ଇତ୍ୟାଦି ଚାଷ ସମ୍ବନ୍ଧୀୟ ଆବଶ୍ୟକତା କିଣିବା ପାଇଁ ୬ ହଜାର ଟଙ୍କା ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ, ଯାହା ତିନୋଟି କିସ୍ତିରେ ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.