ଭାରତ-ପାକ୍‌ ମ୍ୟାଚ୍‌ରେ ନଜର ଆସିଲେ ହାର୍ଦ୍ଦିକଙ୍କ ରୁମର୍ଡ ଗର୍ଲଫ୍ରେଣ୍ଡ୍ ଜସ୍ମିନ, ଡେଟିଂକୁ ନେଇ ଚର୍ଚ୍ଚା ଜୋର

Published By : Prameya-News7 Bureau | February 24, 2025 IST

ମୁମ୍ଵାଇ ୨୪।୦୨; ରବିବାର ଅର୍ଥାତ୍‌ ୨୩ ଫେବୃଆରୀରେ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦୁବାଇରେ ଭାରତ ପାକିସ୍ତାନର ମ୍ୟାଚ୍‌ ଥିଲା । ସମସ୍ତ କ୍ରିକେଟ ପ୍ରେମୀଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ମ୍ୟାଚ ଦେଖିବାକୁ ଦୁବାଇ ପହଞ୍ଚିଥିଲେ । ଯାହାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଜସ୍ମିନ ୱାଲିଆଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାହିଁକି ନା ଜସ୍ମିନଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡାଯାଉଛି । ଏହାରି ଭିତରେ ମ୍ୟାଚ ସମୟରେ ତାଙ୍କ ଉପସ୍ଥିତି ଉଭୟଙ୍କ ମଧ୍ୟରେ ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋର ବଢାଇଛି ।

କହିବାକୁ ଗଲେ, ନତାଶା ଷ୍ଟାନକୋଭିକଙ୍କ ଠାରୁ ଛାଡପତ୍ର ପରେ ହାର୍ଦ୍ଦିକ ଏବଂ ଜସ୍ମିନଙ୍କୁ ପରସ୍ପରକୁ ଡେଟ୍ କରୁଥିବା ଖବର ଆସିଥିଲା । ହେଲେ ଦୁହେଁ ଏପର୍ଯ୍ୟନ୍ତ ଏପରି କିଛି ନିଶ୍ଚିତ କରିନାହାଁନ୍ତି । ଯେତେବେଳେ ଜସ୍ମିନ୍ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦୁବାଇ ଷ୍ଟାଡିୟମରେ ପହଞ୍ଚିଥିଲେ, ତାଙ୍କୁ କ୍ୟାମେରାରେ କଏଦ କରାଯାଇଥିଲା। ଏତିକି ହିଁ ନୁହେଁ ଜସ୍ମିନ୍ ୱାଲିଆଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜସ୍ମିନ ଠିଆ ହୋଇ କ୍ୟାମେରାକୁ ଏକ ଫ୍ଲାଇଂ କିସ୍ ଦେଉଥିବାର ଦେଖିବାକୁ ମିଳିଛି । ଏସବୁ ଦେଖିବା ପରେ ଜସ୍ମିନଙ୍କ ଏବଂ ହାର୍ଦ୍ଦିକଙ୍କ ଡେଟିଂ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି ।

୨୦୨୪ ଅଗଷ୍ଟରେ ହାର୍ଦ୍ଦିକ ଏବଂ ଜସ୍ମିନଙ୍କ ମଧ୍ୟରେ ଡେଟିଂ ଖବର ସାମ୍ନାକୁ ଆସିଥିଲା । ଯେତେବେଳେ ଦୁହେଁ ଗ୍ରୀସର ଛୁଟି ବିତାଉଥିବାର ନଜର ଆସିଥିଲେ। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରିବା ମଧ୍ୟ ଆରମ୍ଭ କରିଥିଲେ । ସେବେ ଠାରୁ ଉଭୟଙ୍କ ଡୋଟିଂ ଖବର ସାମ୍ନାକୁ ଆସିଛି । କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେ ଜସ୍ମିନ୍ ୱାଲିଆଙ୍କୁ ଭାରତର ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ଗତ ବର୍ଷ ଭାରତ-ଶ୍ରୀଲଙ୍କା ସିରିଜରେ ଶ୍ରୀଲଙ୍କା ଷ୍ଟାଡିୟମରେ ଖେଳାଯାଇଥିବା ସମସ୍ତ ମ୍ୟାଚରେ ଜସ୍ମିନଙ୍କୁ ଦେଖିବାକୁ ମିଳିଥିଲା । କହିରଖୁଛୁ କି, ଜସ୍ମିନ ଜଣେ ଜଣାଶୁଣା ବ୍ରିଟିଶ ଗାୟିକା ଏବଂ ପ୍ରସିଦ୍ଧ ଟିଭି ବ୍ୟକ୍ତିତ୍ୱ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.