ଦିନିକିଆରେ ବିରାଟଙ୍କ ଏକାଧିକ ରେକର୍ଡ; ପଛରେ ପଡ଼ିଲେ ମାଷ୍ଟର ବ୍ଲାଷ୍ଟର, ୧୪ ହଜାର ରନ୍ ପାର୍

Published By : Prameya-News7 Bureau | February 24, 2025 IST

ଦୁବାଇ; ପାକିସ୍ତାନ ସାମ୍ନାରେ ‘ବିରାଟ’ ପାହାଡ଼ । ଦୁବାଇ ମରୁଭୂମିରେ ରେକର୍ଡ ବର୍ଷା । ୫୧ ତମ ଶତକରେ ସଜାଇଲେ ସଂଧ୍ୟା । ଦିନିକିଆରେ ଦ୍ରୁତତମ ୧୪ ହଜାର ରନ୍ । ସଚିନଙ୍କୁ ପଛରେ ପକାଲେ କୋହଲି । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ପରାଜୟର ବଦ୍‌ଲା ନେଇଛି ଟିମ୍ ଇଣ୍ଡିଆ । ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଆୟୋଜକ ପାକିସ୍ତାନକୁ ୬ ଓ୍ବିକେଟରେ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରୁ ପାଖାପାଖି ବାହାର ରାସ୍ତା ଦେଖାଇ ଦେଇଛି । ଟିମ୍ ରିଜଓ୍ବାନକୁ ଧୁଳି ଚଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିରାଟ୍ କୋହଲି । ପାକିସ୍ତାନ ବୋଲରଙ୍କ ସାମ୍ନାରେ ପୁଣି ଥରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ । ଆଉ ୨୪୨ ରନ ଟାର୍ଗେଟକୁ ସହଜରେ ହାସଲ କରି ସେମି ଫାଇନାଲ ରାସ୍ତା ପକ୍କା କରିଛି ଭାରତୀୟ ଦଳ ।

୧୪ ହଜାର ରନ୍:

ଦୁବାଇରେ ବିରାଟ କୋହଲିଙ୍କ ଏକାଧିକ ରେକର୍ଡ । ଦିନିକିଆରେ ମାଇଲଖୁଣ୍ଟ ଅତିକ୍ରମ ।  ଓ୍ବାନଡେ’ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ଚେଜ୍ ମାଷ୍ଟର । ଦିନିକିଆରେ ଦ୍ରୁତଗତ ୧୪ ହଜାର ରନ୍ ପୂରଣ କରିଛନ୍ତି । କୋହଲି କ୍ୟାରିୟରରେ ୨୯୯ ମ୍ୟାଚ୍ ଖେଳି ଏହି ତୃତୀୟ ବ୍ୟାଟର ଭାବେ ଏହି କ୍ଲବରେ ସାମିଲ୍ ହୋଇଛନ୍ତି । ବିରାଟଙ୍କ ଉପରେ ଅର୍ଥାତ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ଓ୍ବିକେଟ୍ କିପର-ବ୍ୟାଟର କୁମାର ସାଙ୍ଗାକାରା ।

୫୧ତମ ଶତକ ହାସଲ:

ଦିନିକିଆ କ୍ରିକେଟରେ ୫୧ତମ ଶତକ ହାସଲ କରିଛନ୍ତି ବିରାଟ୍ କୋହଲି । ଦୁବାଇ ଗ୍ରାଉଣ୍ଡରେ ପାକିସ୍ତାନ ବୋଲରଙ୍କୁ ଚେକ୍ ଦେଇ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି ଚେଜ୍ ମାଷ୍ଟର । ଓ୍ବାନଡେ’ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁକରଙ୍କ ନାଁରେ ୪୯ଟି ଶତକ ରହିଛି । ବିରାଟ ବ୍ୟତୀତ ଏଭଳି ବିରାଟ ରେକର୍ଡ କୌଣସି  କ୍ରିକେଟରଙ୍କ ନାମରେ ନାହିଁ । ଏହାଛଡ଼ା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି କୋହଲି । 


ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ୍:

ଦୁବାଇ ମ୍ୟାଚରେ ବିରାଟଙ୍କ କ୍ୟାରିୟରରେ ଆଉ ଏକ କୀର୍ତ୍ତିମାନ ଯୋଡ଼ି ହୋଇଛି । ଦିନିକିଆ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ୍ ଧରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । କୁଲଦୀପ ଯାଦବଙ୍କ ବଲରେ ନସିମ୍ ଶାହାଙ୍କ କ୍ୟାଚ୍ ଧରି ମହମ୍ମଦ ଆଝାର ଉଦ୍ଦିନଙ୍କୁ ରେକର୍ଡଙ୍କୁ ଭାଙ୍ଗି ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ୧୫୭ଟି କ୍ୟାଚ୍ ନେଇ ସାରିଲେଣି ବିରାଟ । ଇଣ୍ଟରନ୍ୟାଶନାଲ କ୍ରିକେଟରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନ ୨୧୮ କ୍ୟାଚ୍ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ।

ସର୍ବାଧିକ ଆଓ୍ବାର୍ଡ ବିଜେତା:

ସେହିପରି ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ପ୍ଲେୟାର ଆଓ୍ବାର୍ଡ ବିଜେତା ହୋଇଛନ୍ତି ବିରାଟ । ଗତକାଲି ପାକିସ୍ତାନ ବିରୋଧରେ ଶତକୀୟ ଇନିଂସ ଖେଳି ପଞ୍ଚମ ଥର ପାଇଁ ପାକ୍ ବିପକ୍ଷରେ ଏହି ଉପଲବ୍ଧୀ ହାସଲ କରିଛନ୍ତି । ଆଉ ବିଶ୍ବର ପ୍ରଥମ କ୍ରିକେଟର ହୋଇଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.