ଜମ୍ମୁ-କାଶ୍ମୀର କୁପୱାଡାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮

Published By : Prameya-News7 Bureau | February 23, 2025 IST

ଶ୍ରୀନଗର ୨୩।୨: ଜମ୍ମୁ-କାଶ୍ମୀରରେ ରବିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ରାତି ପ୍ରାୟ ୮ଟା ୪୭ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ମପାଯାଇଛି। ଭୂମିକମ୍ପର ଉତ୍ପତି ସ୍ଥଳ ଜମ୍ମୁ-କାଶ୍ମୀରର କୁପୱାଡାରେ ଥିଲା ବୋଲି କୁହାଯାଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) ଅନୁସାରେ ଭୂମିକମ୍ପର କେନ୍ଦ୍ର ଭୂ ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପ ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। 

ଏହା ପୂର୍ବରୁ ରବିବାର ଉତ୍ତରପ୍ରଦେଶର ଗାଜିୟାବାଦରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୮ ଥିଲା। ଏନସିଏସ ଅନୁସାରେ ଏହି କମ୍ପନର ଉତ୍ପତି ସ୍ଥଳ ଭୂ-ଗର୍ଭର ୧୦ କିଲୋମିଟର ତଳେ ଥିଲା। ତେବେ ଏହି କମ୍ପନ ଯୋଗୁ ସେପରି କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ଗତ ଏକ ସପ୍ତାହ ମଧ୍ୟରେ  ଦେଶରେ ଭୂମିକମ୍ପର ଏକ ତୃତୀୟ ଘଟଣା। ନିକଟରେ ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। 

ସକାଳ ପ୍ରାୟ ୫ଟା ୩୬ ମିନିଟରେ ଅନୁଭୂତ ହୋଇଥିବା ଭୂମିକମ୍ପ ଦିଲ୍ଲୀ ଓ ଏନସିଆରରେ ଆତଙ୍କ ଖେଳାଇ ଦେଇଥିଲା। କମ୍ପନ ଅନୁଭୂତ ହେବା ପରେ ଲୋକେ ନିଜନିଜ ଘରୁ ପଦାକୁ ଚାଲିଆସିଥିଲେ। ଏହି ଭୂମିକମ୍ପ ସେତେବେଳେ ହୋଇଥିଲା ଯେତେବେଳେ ଅଧିକାଂଶ ଲୋକେ ଶୋଇଥିଲେ। ଏହି ସମୟରେ ଅଚାନକ ଭୂମି ଥରିବାକୁ ଲାଗିଥିଲା ଓ ଲୋକେ ଡରିଯାଇଥିଲେ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୦ ମପାଯାଇଥିଲା। ଏହି ଭୂମିକମ୍ପର ପ୍ରଭାବ ଦିଲ୍ଲୀ ସମେତ ନୋଏଡା, ଗାଜିୟାବାଦ, ଫରିଦାବାଦ ଓ ଗୁରୁଗ୍ରାମରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ଧୌଲା କୂଆଁ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.