ବେଆଇନ ଇମିଗ୍ରେସନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ; ପ୍ରବାସୀଙ୍କୁ ନେବାକୁ ପ୍ରସ୍ତୁତ ଭାରତ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ,୧୪/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଦୁଇ ନେତାଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରିଛନ୍ତି । ଏହି ସମୟରେ ପିଏମ୍ ମୋଦି ବେଆଇନ ଇମିଗ୍ରେସନକୁ ମନ୍ତବ୍ୟ ଦେଇଛନ୍ତି ।  ସେ କହିଛନ୍ତି କୌଣସି ଦେଶରେ ପ୍ରବାସୀମାନେ ବେଆଇନ ଭାବେ ରହୁଥିଲେ, ସେମାନଙ୍କର କୌଣସି ଆଇନଗତ ଅଧିକାର ନାହିଁ । ଯେଉଁ ପ୍ରବାସୀମାନେ ବେଆଇନ ଭାବେ ଆମେରିକାରେ ରହୁଛନ୍ତି, ସେମାନଙ୍କୁ ଭାରତ ସରକାର ନେବାକୁ ପ୍ରସ୍ତୁତ ଅଛନ୍ତି । ଏ ଦିଗରେ ମିଳିତ ଭାବେ ଭାରତ-ଆମେରିକାର ପ୍ରୟାସ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।  

ସେପଟେ ଆମେରିକାରୁ ଫେରୁଛନ୍ତି ବେଆଇନ ଭାରତୀୟ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୭୦ରୁ ୧୮୦ ଭାରତୀୟ ଆସୁଛନ୍ତି । ଦ୍ୱିତୀୟ ବିମାନ ଆସନ୍ତା ୧୫ରେ ଅମୃତସର ବିମାନବନ୍ଦରରେ ପହଞ୍ଚିବ ।  କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ପ୍ରବାସୀ ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ଏମାନେ ବେଆଇନ ଭାବେ ଆମେରିକାରେ  ପ୍ରବେଶ କରିବା ସହ ସେଠାରେ ୧-୩ ବର୍ଷ ହେଲା ରହିଆସୁଥିଲେ । 

ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅବୈଧ   ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପୂର୍ବରୁ ଗତ ୫ ତାରିଖରେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର ପ୍ରଥମ ବିମାନ ଅମୃତସର  ଠାରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ୩୩ ଜଣ ହରିୟାଣା, ୩୩ ଜଣ ଗୁଜରାଟ, ୩୦ଜଣ ପଞ୍ଜାବ, ୩ ଜଣ ମହାରାଷ୍ଟ୍ର, ୩ ଜଣ ଉତ୍ତରପ୍ରଦେଶ ଏବଂ ୨ ଜଣ ଚଣ୍ଡିଗଡର  ଥିଲେ । ଆମେରିକାରେ ବହୁସଂଖ୍ୟକ ଭାରତୀୟ ବେଆଇନ ଭାବେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮୭ ଜଣଙ୍କୁ ଧରାଯାଇଛି ଏବଂ ସେମାନଙ୍କୁ  ଦେଶ ଛାଡିବାକୁ ନୋଟିସ କରଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.