ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୧୨ରେ ଦୁଇ ଦିନିଆ ଆମେରିକା ଗସ୍ତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଆମେରିକାରେ ଥିବା ଅବୈଧ ପ୍ରବାସୀ ଭାରତୀୟଙ୍କୁ ବିବାଦୀୟ ଢଙ୍ଗରେ ପଠାଯାଉଛି । ଏହି ଗସ୍ତରେ ପିଏମ୍ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ ।
ବୈଦଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ପିଏମ୍ ମୋଦୀଙ୍କ ତିନି ଦିନିଆ ଫ୍ରାନ୍ସ ଗସ୍ତ ଶେଷ ପରେ ୱାଶିଂଟନରେ ପହଞ୍ଚିବେ । ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା ହେବ । ଟ୍ରମ୍ପ ପ୍ରଶାସନର ଦ୍ୱିତୀୟ ଟର୍ମ ଆରମ୍ଭର କିଛି ସପ୍ତାହ ଭିତରେ ହିଁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ୱାଶିଂଟନ ଯାତ୍ରା କରିବାରେ କିଛି ବିଶ୍ୱ ନେତାଙ୍କ ମଧ୍ୟରେ ମୋଦୀ ସାମିଲ ହେବେ ।
#WATCH | Delhi: On PM Modi's visit to the US, Foreign Secretary Vikram Misri says, "At the invitation of US President Donald Trump, PM Modi will pay an official working visit to the US on 12th and 13th of February. This will be the first visit of Prime Minister Modi to the United… pic.twitter.com/nlQzciMh0Z
— ANI (@ANI) February 7, 2025
ବିଦେଶ ସଚିବ ବିକ୍ରମ ମିସ୍ରୀ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଫେବ୍ରୁଆରୀ ୧୨-୧୩ ଆମେରିକା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଆମେରିକା ଗସ୍ତ କରିବାକୁ ଥିବା ବିଶ୍ୱର ପ୍ରଥମ କିଛି ନେତାଙ୍କ ମଧ୍ୟରେ ସାମିଲ ହେବେ । ନୂଆ ପ୍ରଶାସନର ଦାୟିତ୍ୱ ଗ୍ରହଣର ମାତ୍ର ତିନି ସପ୍ତାହ ଭିତରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଆସିବା ପାଇଁ ନିମନ୍ତ୍ରଣ ମିଳିଛି । ଏହା ଭାରତ-ଆମେରିକା ସହଭାଗୀତାର ମହତ୍ୱକୁ ଦର୍ଶାଉଛି ।