ପୋଲିସ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମୀର ପ୍ରସଙ୍ଗରେ ହେଲା ଆଲୋଚନା

Published By : Prameya-News7 Bureau | November 10, 2024 IST

ଭୁବନେଶ୍ୱର  ୧୦।୧୧ : ରାଜଧାନୀରେ ଲଭ ଜିହାଦ ଅଭିଯୋଗ ମାମଲା । ଅଭିଯୁକ୍ତ ସମୀର ମନସୁରଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରାଯାଇଛି ।  ବିହାରରେ ସମୀରର ଘର ଥାଇପାରେ ବୋଲି ଆମେ ଅନୁମାନ କରୁଛୁ। ଏଥି ସହ ସେ କାଶ୍ମୀରରେ ସେ କାମ କରିଥିବା ନେଇ ଜଣା ପଡ଼ିଛି। ତେଣୁ ବିହାର ଏବଂ କାଶ୍ମୀର ପୋଲିସ ସହ ଯୋଗାଯୋଗରେ ଅଛି କମିଶନରେଟ ପୋଲିସ। 

ସେହିପରି ଅନ୍ୟ ରାଜ୍ୟରେ ଅଭିଯୁକ୍ତର କିଛି ଅପରାଧୀକ ମାମଲା ଅଛି କି ନାହିଁ ଛାନଭିନ ଚାଲିଛି । ଅଭିଯୁକ୍ତର ରେକର୍ଡ ହିଷ୍ଟ୍ରି ଯାଞ୍ଚ କରା ଯାଉଥିବା ବେଳେ ସମାନ ଢଙ୍ଗରେ ଆଉ କେଉଁଠି ଅପରାଧ କରିଛି ତାର ଖୋଳତାଡ କରୁଛି ପୋଲିସ। ଅନ୍ୟ କେଉଁ ସବୁ ଗ୍ୟାଙ୍ଗ ସହ ସମୀର ର ଲିଙ୍କ ଅଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ।ଏଥି ସହ ତାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଓ ଡିଜିଟାଲ ଆକାଉଣ୍ଟକୁ ଯାଞ୍ଚ୍ କରା ଯାଉଛି। ସମୀରର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ୍ କରୁଛି କମିଶନରେଟ ପୋଲିସ। ଗତ ଶୁକ୍ରବାର ପୀଡ଼ିତାଙ୍କୁ ବ୍ଲାକମେଲ କରି ଟଙ୍କା ନେବାକୁ ଆସିଥିବା ବେଳେ ମନସୁରକୁ ମାଡି ବସିଥିଲା ସ୍ପେଶାଲ ସ୍କାଡ୍ । ଯୋଜନା ମୁତାବକ ଟଙ୍କା ଦେବା ପାଇଁ କଟକ ଡାକିଥିଲେ ପୀଡ଼ିତା। ସମୀର ଟଙ୍କା ନେବାକୁ କଟକରେ ପହଞ୍ଚିବା ପରେ ସମୀରକୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.