ବାଲେଶ୍ବର ୨୭।୦୭ : OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ମାଷ୍ଟରମାଇଣ୍ଡକୁ ଗିରଫ କଲା ପୋଲିସ । ରାଜ୍ୟ ବାହାରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ । ମାଷ୍ଟରମାଇଣ୍ଡ ସମେତ ଅନ୍ୟ କିଛି ଲୋକଙ୍କୁ ରାଜ୍ୟ ବାହାରୁ ଧରିଛି ପୋଲିସ । ପୂର୍ବରୁ ଏହି ମାମଲାରେ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଅପରାହ୍ନ ୪ଟାରେ ପ୍ରେସମିଟ୍ କରି ସବିଶେଷ ତଥ୍ୟ ରଖିବେ ବାଲେଶ୍ବର ଏସ୍ପି ।
ଖବର ଅନୁଯାୟୀ, କିଛି ଦିନ ତଳେ OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା । ଆଉ ଏବେ ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କୁ ଲୁଚିଥିବା ବେଳେ ତଦନ୍ତକାରୀ ଟିମ୍ ଏସଂପର୍କରେ ସୂଚନା ପାଇଥିଲା । ପରେ ରାଜ୍ୟ ବାହାରକୁ ଯାଇ ମୁଖ୍ୟ ଅଭିଯୁକ୍ତ ଗିରଫ କରିଛି । ଏହାସହିତ ମାଷ୍ଟରମାଇଣ୍ଡ ସମେତ ଅନ୍ୟ କିଛି ଲୋକଙ୍କୁ ରାଜ୍ୟ ବାହାରୁ ମଧ୍ୟ ଗିରଫ କରିଛି ।
ତେବେ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଅପରାହ୍ନରେ ହେବାକୁ ଥିବା ପ୍ରେସ୍ମିଟ୍ ବାଲେଶ୍ୱର ଏସ୍ପି ସବିଶେଷ ତଥ୍ୟ ଦେବେ ବୋଲି ଜଣାପଡିଛି ।
wp:embed {"url":"https://www.prameyanews7.com/who-is-dev-raturi/","type":"wp-embed","providerNameSlug":"prameya-news-7"} /wp:embed