ବିଚଳିତ କଲା ଅଜଣା ଶିଶୁର କାନ୍ଦ, କର୍ତ୍ତବ୍ୟକୁ ପଛ କରି ପାଲଟିଗଲେ ଯଶୋଦା ମାଆ

Published By : Prameya-News7 Bureau | November 25, 2023 IST

କେରଳ ୨୫/୧୧: ଏମିତି ଜଣେ କର୍ତ୍ତବ୍ୟରତ ମାଆ, ଯିଏକି କର୍ତ୍ତବ୍ୟକୁ ପକାଇଦେଇଛନ୍ତି ପଛରେ । ଆଉ କୁନି ପିଲାର ପେଟକୁ ଚିହ୍ନି, ଭୋକିଲା ମୁହଁରେ ଦେଇଛନ୍ତି ଆହାର । ଆଜ୍ଞା ହଁ କେରଳରୁ ନଜର ଆସିଛି ଏମିତି ହୃଦୟକୁ ଛୁଇଁବା ଭଳି ଘଟଣା । ନିଜ ପିଲା ନହୋଇ ବି ଅନ୍ୟ ପିଲାକୁ କରାଇଛନ୍ତି ସନ୍ତ୍ୟପାନ । ଆସନ୍ତୁ ଜାଣିବା ପୂରା ଘଟଣା ।

ରାହା ଧରି କାନ୍ଦୁଥିଲା ୪ ମାସର ପିଲା । କାରଣ ବାପା ଜେଲ୍‌ରେ । ଆଉ ମାଆ ହସ୍ପିଟାଲ ବେଡରେ ମୃତ୍ୟୁ ସହ କରୁଛି ସଂଗ୍ରାମ । କହିବାକୁ ଗଲେ ବିହାର ଦମ୍ପତ୍ତି କିଛିଦିନ ଧରି ରହିଆସୁଥିଲେ କେରଳରେ । କୌଣସି କାରଣରୁ ଜେଲ୍‌ ଭୋଗିଥିଲେ ଘରର ମୁଖିଆ । ଫଳରେ ଅନାଥ ହୋଇପଡିଥିଲେ ମାଆ ଓ ୪ ଛୁଆ । ଅସହାୟକୁ ସାହା ହେବା ଭଳି ଏମାନଙ୍କୁ ମହିଳା ଥାନାକୁ ନେଇ ଆସିଥିଲା ପୋଲିସ । ହେଲେ ହଠାତ୍ ଥାନାରେ ଅସୁସ୍ଥ ହୋଇପଡିଥିଲା ମାଆ । ୩ ଛୁଆ ବଡ ଥିବାରୁ କୌଣସି ମତେ ବୁଝିଯାଇଥିଲେ । କିନ୍ତୁ ବୁଝିନଥିଲା ୪ ମାସର ଛୁଆ ।

wp:html /wp:html

ଭୋକ ବିକଳରେ ରାହା ଧରି କାନ୍ଦିଥିଲା ଶିଶୁ । ଆଖିରୁ ବୋହିଚାଲିଥିଲା ଲୁହ । ମାଆକୁ ପାଖରେ ନପାଇ ରାହା ଖୋଜୁଥିଲା ପିଲା । ଆଉ ଏସବୁ ଦେଖିଥିଲେ ଥାନାରେ ଥିବା ମହିଳା ପୋଲିସ ଅଧିକାରୀ । ଆଉ ଜାଗି ଉଠିଥିଲା ଭିତରେ ଥିବା ମାଆର ମମତା । ଡ୍ୟୁଟି ଛାଡି କୋଳେଇ ନେଇଥିଲେ ପିଲାକୁ । ଏମିତିକି ନିଜ କ୍ଷୀର ଦେଇ ପିଲାକୁ କରାଇଥିଲେ ଶାନ୍ତ ।  କାରଣ ସେ ବି ଗୋଟେ ୯ ମାସ ପିଲାର ମାଆ ।

ମହିଳା ପୋଲିସ କର୍ମଚାରୀଙ୍କ ଜଣଙ୍କ ହେଉଛନ୍ତି 'ଆର୍ଯ୍ୟା' । ସେପଟେ 'ଆର୍ଯ୍ୟା'ଙ୍କ ଏମିତି ମହତ କାର୍ଯ୍ୟ ପରେ ଛୁଟିଛି ପ୍ରଶଂସାର ସୁଅ । ଏମିତିକି ବଡ ବଡ ଅଫିସର ବି ମହିଳା ଅଫିସରଙ୍କୁ କରୁଛନ୍ତି ସାଲ୍ୟୁଟ୍ । କେହି କେହି କହୁଛନ୍ତି ମାଆ ହେବ ତ ଆର୍ଯ୍ୟାଙ୍କ ଭଳି ।

you can also read....

wp:embed {"url":"https://www.prameyanews7.com/mihir-meghani-millions-dollar-hinduism-hindu-advocacy-in-america/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mihir-meghani-millions-dollar-hinduism-hindu-advocacy-in-america/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.