ବଲାଙ୍ଗିର ୮।୧୨: ବଲାଙ୍ଗିର ତୁଷୁରା ଥାନା ସମ୍ମୁଖରେ ପୋଲିସ-ପବ୍ଲିକ୍ ମୁହାଁମୁହିଁ । ଗୋଦାମପଡା-ପତିତପାବନ ପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରବିବାର ପତିତପାବନପଡାର ଲୋକମାନେ ତୁଷୁରା ଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୋଲିସ ସହ ଯୁକ୍ତିତର୍କ ପରେ ପୋଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲେ । ପରେ ଲୋକମାନେ ମଧ୍ୟ ପୋଲିସକୁ ନିସ୍ତୁକ ଛେଚିଥିଲେ । ଉଭୟ ପକ୍ଷରୁ ଥାନା ସମ୍ମୁଖରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ପୋଲିସ ଲୋକଙ୍କୁ ଓ ଲୋକେ ପୋଲିସଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । କିଛି ସମୟ ପାଇଁ ଥାନା ସମ୍ମୁଖ ପାଲଟିଯାଇଥିଲା ରଣକ୍ଷେତ୍ର । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି I ତେବେ ଭିଡ଼ ଓ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଛିଚାର୍ଜ କରିବାକୁ ପଡିଥିଲା ।
You Can Read:
କାର୍ଯ୍ୟରେ ଅବହେଳା ଅଭିଯୋଗ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ନିଲମ୍ବିତ