କାର୍ଯ୍ୟରେ ଅବହେଳା ଅଭିଯୋଗ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | December 08, 2024 IST

କୋଣାର୍କ ୮।୧୨: କୋଣାର୍କ ଏନଏସି ଅଧିକାରୀ ନିଲମ୍ବିତ । କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଗୋପ ବିଡ଼ିଓ ନେଲେ ଦାଇତ୍ଵ ।

ସୂଚନାଯୋଗ୍ୟ ଯେ, ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ହେଡ୍ କ୍ବାର୍ଟରରେ ବାରମ୍ଵାର ଅନୁପସ୍ଥିତ ରହୁଥିଲେ ଏବଂ ବିଳମ୍ବରେ ଆସି ଶୀଘ୍ର ପଳାଉଥିବା ନେଇ ଅଭିଯୋଗ ହେଉଥିଲା । ଅନେକ ସମୟରେ ସେ ଅଫିସକୁ ୧୨ଟାରେ ଆସନ୍ତି ଆଉ ୩ଟାରେ ପଳାଇ ଯାଆନ୍ତି ବୋଲି କେତେକ କର୍ମଚାରୀ ଗୋପନୀୟ ଭାବେ ଜିଲ୍ଲାପାଳଙ୍କୁ ତଥ୍ୟ ଦେଇଥିଲେ । ଏପଟେ  ନିର୍ବାହୀ ଅଧିକାରୀ ଗତ ବାତ୍ୟା ‘ଦାନା’ ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନୁପସ୍ଥିତ ରହିଥିବା ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ସବୁଠୁ ବଡ଼କଥା କୋଣାର୍କ ଉତ୍ସବ ସମୟରେ ମଧ୍ୟ କାର୍ଯ୍ୟରେ ଅବହେଳା ଓ ଅନୁପସ୍ଥିତ ରହୁଥିବା ଖବର ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । କୋଣାର୍କ ଉତ୍ସବରେ ମୀନାବଜାର ପରିଚାଳନା ଏନଏସି ପକ୍ଷରୁ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ପ୍ଲଟ ବଣ୍ଟନ ନେଇ ସମସ୍ୟା ଓ ରାସ୍ତା ମରାମତି ଓ ମୋରମ ପକାଇବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ସହ ସଫେଇ କାର୍ଯ୍ୟରେ ବିଳମ୍ବ ରହିଥିଲା । ଏଥି ସହିତ ଅନେକ ପଦାଧିକାରୀ ମାନେ ଆସୁଥିବା ବେଳେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ଗୁରୁତ୍ଵ ନେଇ କୋଣାର୍କ ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ତାଙ୍କ ସ୍ଥାନରେ ଗୋପ ବ୍ଲକରେ ଦକ୍ଷତା ସହ କାର୍ଯ୍ୟ କରୁଥିବା ବିଡ଼ିଓ ଛବିରାଣୀ ସାହୁଙ୍କୁ ଦାୟିତ୍ଵ ଦେଇଛନ୍ତି । 

You Can Read:

ଆସନ୍ତା ୧୦ରେ ଛତିଶା ନିଯୋଗ ବୈଠକ, ଦେବାଭିଷେକ ପୂର୍ଣ୍ଣିମା ସହ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.