ଜଗତସିଂହପୁର ୫।୧: ଜଗତସିଂହପୁର ଜିଲ୍ଲା ସଦର ଥାନା ବଡ଼ବାଗ ଗାଁରେ ବାଣ ବିସ୍ଫୋରଣ ପରେ ଗାଁର ବିଭିନ୍ନ ଲୋକଙ୍କ ଘରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସଦର ପୋଲିସ ଚଢାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି । ବିସ୍ଫୋରକସ୍ଥଳୀ ସହ ଅନ୍ୟ ୩ ଜଣଙ୍କ ଘରୁ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି ।
ଗତ ୩ ତାରିଖ ରାତିରେ ବଡ଼ବାଗ ଗାଁରେ ବାଣ ବିସ୍ଫୋରଣ ଘଟି ଗୋଟିଏ ପରିବାରର ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ରବିବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସଦର ପୋଲିସ ବିସ୍ଫୋରକସ୍ଥଳୀ ସହିତ ନିକଟସ୍ଥ କିଛି ଲୋକଙ୍କ ଘରେ ମଧ୍ୟ ପୋଲିସ ଚଢ଼ାଉ କରିଥିଲା ।
You Can Read:
ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ