ଗୁଟ୍‌ଖା ୟୁନିଟ୍ ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ସାମଗ୍ରୀ ଜବତ

Published By : Prameya-News7 Bureau | September 21, 2024 IST

ବ୍ରହ୍ମପୁର ୨୧।୦୯ : ଆକ୍ସନରେ ବ୍ରହ୍ମପୁର ପୋଲିସ । ବାଉଁଶିଆପଲ୍ଲୀ ଗୁଟ୍‌ଖା ୟୁନିଟ ଉପରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । 

ଖବର ଅନୁଯାୟୀ, କିଛି ଦିନ ଧରି ବାଉଁଶିଆପଲ୍ଲୀ ଗୁଟ୍‌ଖା କମ୍ପାନୀ ଚାଲିଥିଲା । ଯେଉଁଠି ବିପୁଳି ପରିମାଣର ଗୁଟ୍‌ଖା ପ୍ରସ୍ତୁତ ହେଉଥିଲା । ଶେଷରେ ଆକ୍ସନକୁ ଆସିଛି ବ୍ରହ୍ମପୁର ପୋଲିସ । ବାଉଁଶିଆପଲ୍ଲୀ ସ୍ଥିତ ଏହି ଗୁଟ୍‌ଖା ୟୁନିଟ ଉପରେ ଚଢାଉ କରିଛି । ଯେଉଁ ଚଢାଉରେ ପୋଲିସକୁ ବିପୁଳ ପରିମାଣର ଗୁଟ୍‌ଖା ପ୍ରସ୍ତୁତି ସାମଗ୍ରୀ, ମେସିନକୁ ଜବତ କରିଛି । ଏହାସହ ଘଟଣାରେ ସଂପୃକ୍ତ କିଙ୍ଗପିନ୍‌ ନରେନ୍ଦ୍ର ସାହୁ ଏବଂ ସହଯୋଗୀ ମିଟୁ ସାହୁ ଫେରାର ଥିବା ସୂଚନା ଦେଇଥନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍‌ପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.