ଜଙ୍ଗଲରେ ଅଘଟଣ, ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ !

Published By : Prameya-News7 Bureau | September 21, 2024 IST

Breaking_2

ସାଲେପୁର ୨୧।୦୯ : ଅଭାବନୀୟ ଘଟଣା । ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ ହୋଇଛି । ସାଲେପୁର ଥାନା ନାଳିଆମୁଁହ ଚାଖୁଣ୍ଡ ଜଙ୍ଗଲରୁ ଠାବ ହୋଇଛି ଏହି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

ଖବର ଅନୁଯାୟୀ, ନାଳିଆମୁଁହ ନିକଟରେ ଥିବା ଜଙ୍ଗଲରେ ଦୁଇ ଜଣ ଏକ ଗଛରେ ଝୁଲୁଥିବାର ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳିଛି । ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଲିପୁର ଗାଁର ପବିତ୍ର ସାମଲଙ୍କ ଏକମାତ୍ର ବିବାହିତ ପୁଅ ମନୋଜ ସାମଲ୍‌ ଅନ୍ୟ ଏକ ଝିଅ ସହିତ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘରେ ମନୋଜଙ୍କ ସ୍ତ୍ରୀ ଏବଂ ଏକ ତିନି ବର୍ଷର ଶିଶୁ ରହିଛି। ତେବେ ସେ ଆତ୍ମହତ୍ୟା କରିଥିବା ଯୁବତୀ କିଏ ? କାହିଁକି ଆତ୍ମହତ୍ୟା କରିଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି। 

ସେପଟେ ପୋଲିସ ଘଟଣା ସଂପର୍କରେ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ । ପୋଲିସର ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.