ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅଫିସ୍‌ରେ ରେଡ୍; ନ୍ୟାୟ ମନ୍ତ୍ରାଳୟର ନିର୍ଦ୍ଦେଶରେ ତଦନ୍ତ

Published By : Prameya-News7 Bureau | December 11, 2024 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପଶିଲା ପୋଲିସ । ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କ ଘରେ ରେଡ୍ ମାରିଛି ଦକ୍ଷିଣ କୋରିଆ ପୋଲିସ । ଡିସେମ୍ବର ୯ ତାରିଖରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲାଗିଥିଲା । ସାଉଥ୍ କୋରିଆ ସୂଚନା,  ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କ ମାର୍ଶାଲ  ଲ’ ବିରୋଧରେ ତଦନ୍ତ ଆରମ୍ଭ ହେବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଇଛି ନ୍ୟାୟ ମନ୍ତ୍ରାଳୟ । 

ନ୍ୟାୟ ମନ୍ତ୍ରାଳୟ କହିଛି, ରାଷ୍ଟ୍ରପତିଙ୍କ ମାର୍ଶଲ ଲ’ ଦେଶକୁ ଅରାଜକତା ଭିତରକୁ ଠେଲି ଦେଇଥିଲା । ମାର୍ଶଲ ଲ’କୁ ଗୋଟିଏ ସପ୍ତାହ ନପୁରୁଣୁ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ହଟାଇାବା ପାଇଁ ବିରୋଧୀ ସାଂସଦ ମାନେ ସଂସଦରେ ମହା-ଅଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ରାଷ୍ଟ୍ରପତି ଡିସେମ୍ବର ୩ ତାରିଖ ରାତିରେ ଅଚାନକ ଦେଶରେ ମାର୍ଶଲ ଲ’ ଲାଗୁ କରିବାକୁ ଘୋଷଣା କରିଥିଲେ ଏବଂ ସଂସଦକୁ ସ୍ବତନ୍ତ୍ର ସୁରକ୍ଷାବଳ ଏବଂ ହେଲିକପ୍ଟର ପଠାଇଥିଲେ । ବିରୋଧୀ ସାଂସଦ ସମେତ ନିଜ ପାର୍ଟିର ସାଂସଦ ଏହାକୁ ଅସ୍ବୀକାର କରିବା ପରେ ମାର୍ଶଲ ଲ’ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ । ରାଷ୍ଟ୍ରପତିଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡ଼ିଛି ଏବଂ ତାଙ୍କ ବିରୋଧ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦକ୍ଷିଣ କୋରିଆ ପୋଲିସ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.