ସୋର ୨୯।୪: ବାଲେଶ୍ବର ଜିଲ୍ଲା ସୋରରେ ଥିବା ମହିଳା ରେଜିଆ ସୁଲତାନାଙ୍କ ଘରେ ପହଞ୍ଚିଲା ପୋଲିସ । ସବୁଠୁ ଚର୍ଚ୍ଚାର ବିଷୟ ପଲଟିଥିବା ରେଜିଆ ସୁଲତାନା ପ୍ରକୃତରେ ପାକିସ୍ତାନ ଫେରିବେ ନା ଭାରତରେ ରହିବେ । ତାକୁ ନେଇ ସମସ୍ତଙ୍କ ମନରେ ଏକ ଦ୍ଵନ୍ଦ୍ବ ଥିବା ବେଳେ ମଙ୍ଗଳବାର ସକଳେ ସୋର ପୋଲିସ ରେଜିଆଙ୍କ ଘରକୁ ଯାଇଥିଲା । ମାତ୍ର ସେଠାରେ ରେଜିଆ ନଥିବା ବେଳେ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ପାକିସ୍ତାନ ଯିବା ପାଇଁ ନୋଟିସ୍ ପାଇବା ପରେ ଚିନ୍ତାରେ ଶଯ୍ୟାଶାୟୀ ୭୦ ବର୍ଷ ବୟସ୍କ ରେଜିଆ ସୁଲତାନା l ବାଲେଶ୍ବର ଜିଲ୍ଲା ସୋର ଥାନା ସ୍ଥିତ ପଠାଣମହଲାରେ ଦୀର୍ଘ ୭୦ ବର୍ଷ ଧରି ରେଜିଆ ସୁଲତାନା ରହି ଆସୁଥିଲେ । ହଠାତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ଛାଡିବା ପାଇଁ ନୋଟିସ୍ ପାଇବା ପରେ ପରିବାର ଲୋକ ଆଶା ଆଶଙ୍କାରେ ଅଛନ୍ତି l ସରକାରଙ୍କ ପକ୍ଷରୁ ଭାରତ ଛାଡିବା ପାଇଁ ମଙ୍ଗଳବାର ଡେଡ୍ଲାଇନ ଥିବା ବେଳେ ଦିନ ତମାମ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଆସିନଥିବା ନେଇ ରେଜିଆ ସୁଲତାନାଙ୍କ ପୁଅ ପ୍ରକାଶ କରିଥିଲେ l ନୋଟିସ୍ ପାଇବା ପରେ ଅସୁସ୍ଥ ଥିବା ରେଜିଆ ସୁଲତାନା ଶଯ୍ୟାଶାୟୀ ହୋଇ ପଡିଥିବା ଦେଖିବାକୁ ମିଳିଥିଲା l କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ପରିବାରରେ ଅଞ୍ଚଳବାସୀ, ସମ୍ପର୍କୀୟ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି l ଥରେ ବି ପାକିସ୍ତାନ ଯାଇନଥିବା, ପାକିସ୍ତାନର କୌଣସି ଦସ୍ତାବିଜ ନଥିବା ସତ୍ତ୍ବେ କେଉଁଭଳି ଭାବେ ନୋଟିସ୍ ଆସିଲା ତାକୁ ନେଇ ସମସ୍ତଙ୍କର ବଡ଼ ପ୍ରଶ୍ନ l ୨୦୦୨ ମସିହା ନଭେମ୍ବର ୧୪ ତାରିଖରେ ରେଜିଆଙ୍କ ସ୍ବାମୀ ଶ୍ୟାମସୁଦ୍ଦିନ ବାଲେଶ୍ବର ଜିଲ୍ଲପାଳଙ୍କୁ ଆବେଦନ କରି କୋର୍ଟ ଆଦେଶର ବିଚାର କରିବାକୁ ନିବେଦନ କରିଥିବା ପତ୍ର ଦର୍ଶାଯାଇଥିଲା l ଘଟଣାଙ୍କୁ ସରକାର ଓ ପ୍ରଶାସନ ଆଉ ଥରେ ତର୍ଜମା କରି ନୋଟିସ୍ ଫେରାଇ ନେବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି l
You Can Read:
ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରୋକ, ରାସ୍ତାରୁ ନହଟିବାକୁ ଜିଦ୍ ଧରିଲେ ମହିଳା