ଭୁବନେଶ୍ବର ୧।୮: ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଛାନଭିନ । ଭୁବନେଶ୍ବର ଧଉଳି ଥାନା ଇନ୍ଦିରା କଲୋନୀ ସ୍ଥିତ ଭଡ଼ା ଘରେ ପୋଲିସର ତଦନ୍ତ । ଭଡ଼ା ଘରୁ ମଧୁମିତାଙ୍କ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଏକ ଡାଏରୀ ଜବତ କରି ପୋଲିସ ଛାନଭିନ୍ ଜାରି ରଖିଛି ।
ସେପଟେ ଦିନିକିଆ ରିମାଣ୍ଡରେ ସ୍ବାମୀ ଶ୍ରୀଧର ଜେନାକୁ ଜେରା କରୁଛି ପୋଲିସ । ସ୍ବାମୀ ଶ୍ରୀଧର ଜେନାକୁ ଭଡ଼ା ଘରକୁ ନେଇ ପୋଲିସ ଛାନଭିନ୍ କରୁଛି ।
ସୂଚନାଯୋଗ୍ୟ ଯେ, ଗତ ବୁଧବାର ରାତିରେ ମଧୁମିତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଡେଇଁବା ପୂର୍ବରୁ ସେ ନିଜର ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଓ ନିର୍ଯାତନା ବିଷୟରେ ଜଣାଇଥିଲେ । ସେଥିପାଇଁ ସେ ଜୀବନ ହାରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
You Can Read:
ମାଲକାନଗିରି ବିମାନବନ୍ଦରରେ ପଶିଲା ପାଣି, ବୁଡିଲା ରନ୍ଓ୍ବେ ଓ ଟର୍ମିନାଲ