ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମକୁ ନେଇ ରାଜନୀତି, ବିଜେଡି-ବିଜେପି ତୁ ତୁ ମେଁ ମେଁ

Published By : Prameya-News7 Bureau | April 15, 2025 IST

ଭୁବନେଶ୍ଵର:  ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ଗ୍ରାମସଭାର ଗୁରୁତ୍ବ କମାଇବାକୁ ସରକାର ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିକଶିତ ଗାଁ ବିକଶିତ ଓଡିଶା ଗାଇଡ ଲାଇନ ପରିବର୍ତ୍ତନ କରାଯାଇଛି। ଗାଇଡ ଲାଇନ ଅନୁସାରେ ଗାଁ ବିକାଶ ପାଇଁ ଯେଉଁ ପ୍ରକଳ୍ପ ଦରକାର ଜିଲ୍ଲାପାଳ ଚାହିଁଲେ ସେହି ପ୍ରକଳ୍ପ ସାମିଲ କରିପାରିବ।ଏପରିକି ବିଧାୟକ ଯଦି ପ୍ରକଳ୍ପ  ସୁପାରିଶ କରିଥିବେ ତାହାକୁ ଜିଲ୍ଲାପାଳ ବାର୍ଷିକ ଆକ୍ସନ ପ୍ଲାନରେ ରଖିପାରିବେ। ଏହା ବ୍ଲକ ଓ ଗ୍ରାମ ପଞ୍ଚାୟତ ପାଇଁ ଆର୍ଥିକ ବର୍ଷରେ ବରାଦ ହୋଇଥିବା ଅର୍ଥର ୪୦ ପ୍ରତିଶତରୁ ଅଧିକ ହୋଇନଥିବା ଦରକାର । 

ତେବେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ବିଜେଡି ସରକାର ସମୟରେ ପ୍ରୋଜେକ୍ଟ ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ ଆସି ଗ୍ରାମସଭାରେ ପାରିତ ହୋଇ ଜିଲ୍ଲା ପରିଷଦରେ ପାରିତ ହେଉଥିଲା । ନୂଆ ସରକାର କ୍ଲଜ୍ ରଖିଲେ ଯେ ଜିଲ୍ଲାପାଳ ପ୍ରୋଜେକ୍ଟରେ ନୂଆ କରି ପାରିବେ କି କାଟି ପାରିବେ। ନବୀନ ସରକାରରେ ଏହା ନଥିଲା। ଏବେ ଗଳା ବାଟ ରଖିବାର କାରଣ ହେଉଛି ଯେ ଟ୍ଵିଷ୍ଟ କରି କାମ କରିବେ। ଏମାନେ ବିଧାୟକମାନଙ୍କୁ ନିଜ ପ୍ରୋଜେକ୍ଟ କରିବାକୁ ବାଟ ରଖିଛନ୍ତି।  

Also read: ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ଵ

ଏପଟେ ଏହାର ଜବାବ ରଖି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ଗାଇଡ଼ ଲାଇନରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ବିଧାୟକ, ସାଂସଦଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ବିଧାୟକ ଓ ସାଂସଦ ସିଧାସଳଖ ଜିଲ୍ଲାପାଳଙ୍କୁ କାମ ପାଇଁ ସୁପାରିଶ କରିପାରିବେ। ଏହା ହାଉସରେ ବି କୁହାଯାଇଛି। ଜିଲ୍ଲାପାଳ ତାହାକୁ ତର୍ଜମା କରି ଅନୁମୋଦନ କରିବେ। ଏହାଦ୍ବାରା ଗ୍ରାମ ସଭାର କୌଣସି ଗୁରୁତ୍ବ କମିବ ନାହିଁ। ୬୦ ପ୍ରତିଶତ ଅଧିକାର ଗ୍ରାମ ସଭାକୁ ଦେଇଛୁ। ଅନ୍ୟ ୪୦ ଭାଗ MLA, MP, ଜିଲ୍ଲାପାଳ, ଦୂରଦୃଷ୍ଟି ସମ୍ପନ୍ନ ଓ ଅନୁଭବୀ ବ୍ୟକ୍ତି କାମ ପାଇଁ ସୁପାରିସ କରିବେ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.