ସଂସଦର ମିଳିତ ଅଧିବେଶନ; ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ:  ଗୁରୁବାର ସଂସଦର ମିଳିତ ଅଧିବେଶନ । ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ପରେ ଏହା ପ୍ରଥମ ଅଧିବେଶନ । ଜଏଣ୍ଟ ସେସନ୍‌ରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନଡିଏ ମେଣ୍ଟ ସରକାରରେ ଏହା ମହାମହିମଙ୍କର ପ୍ରଥମ ସମ୍ବୋଧନ ହେବ । ଆସନ୍ତା ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଉଦବୋଧନ ଦେବେ । ଚଳିତ ଅଧିବେଶନରେ ଜିରୋ ଆୱାର ଓ ପ୍ରଶ୍ନକାଳ ରଖାଯାଇନାହିଁ । ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ତେବେ ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାରା ଦେଶରେ ତୁମ୍ବିତୋଫାନ ଜାରି ରହିଥିବାବେଳେ ସଂସଦରେ ଏହାର ପ୍ରଭାବ ପଡିବା ଆଶଙ୍କା କରାଯାଉଛି।

ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଥିବାବେଳେ ଉପବାଚସ୍ପତି ପଦବୀ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଏନଡିଏରେ ୨୯୩ ସଦସ୍ୟ ଥିବାବେଳେ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୨୩୪ । କେବଳ ବିଜେପିର ୨୪୦ ସଦସ୍ଯ ଥିବାବେଳେ କେବଳ କଂଗ୍ରେସର ସଦସ୍ୟ ସଂଖ୍ୟା ରହିଛନ୍ତି ୯୯। ଏପଟେ ପ୍ରଶ୍ନପତ୍ର ଲିକ, ଏମଏସପି ଆଦି ପ୍ରସଙ୍ଗରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିପାରନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.