ସୁଟିଂ ସମୟରେ ଆହତ ହେଲେ ପ୍ରିୟଙ୍କା, ଫଟୋ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | June 21, 2024 IST

ମୁମ୍ଵାଇ ୨୧।୦୬: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ସେ ହଲିଉଡରେ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ବର୍ତ୍ତମାନ ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁଟିଂ ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଷ୍ଟଣ୍ଟ ଦୃଶ୍ୟର ସୁଟିଂ ବେଳେ ଅଭିନେତ୍ରୀ ଆହତ ହୋଇଥିଲେ। ଏନେଇ ସେ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ଆଘାତର ଫଟୋ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ରୁସୋ ବଦର୍ସଙ୍କ ‘ ଦ ବ୍ଲଫ’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସମୟରେ ସେଟରେ ଆହତ ହୋଇଥିଲେ। ଷ୍ଟଣ୍ଟ ଦୃଶ୍ୟ ସମୟରେ ସେ ବେକରେ ଆଘାତ ଲାଗିଥିଲା। ଏହି ଆଘାତ ତାଙ୍କ ବେକ, କାନ୍ଧ, ଗୋଡ଼ ଓ ହାତରେ ଲାଗିଛି। ଏସବୁ ସ୍ଥାନରେ କଟା ଚିହ୍ନ ଥିବା ଦେଖିବାକୁ ମିଳୁଛି। ସେ ନିଜ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଏଥିରେ ତାଙ୍କ ବେକରେ ଏକ କଟା ଦାଗ ଦେଖାଯାଉଛି। ଏହା ବ୍ୟତୀତ ଅଭିନେତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ଓହୋ ମୋର ବୃତ୍ତିଗତ ସାମ୍ନାରେ ବଡ ବିପଦ ରହିଛି।

କହିବାକୁ ଗଲେ ପ୍ରିୟଙ୍କାଙ୍କ ଆଘାତ ଅତ୍ୟନ୍ତ ଗମ୍ଭୀର ହୋଇନାହିଁ । କେବଳ ତାଙ୍କ ବେକ ସାମାନ୍ୟ କଟି ଯାଇଛି। ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ଶରୀରର ଅନ୍ୟ କୌଣସି ଅଙ୍ଗରେ କୌଣସି ଆଘାତ ପାଇନାହାଁନ୍ତି। ନିଜ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ ଫିଲ୍ମର ନାମ ‘ଦ ବ୍ଲଫ’ ଲେଖିଛନ୍ତି। ଏହି ସମୟରେ ସେ ହ୍ୟାସଟ୍ୟାଗ ‘ଷ୍ଟଣ୍ଟ’ ମଧ୍ୟ ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.