ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧି-ସଚ୍ଚିନ ପାଇଲଟ, ରାଜ୍ୟରେ କରିବେ ନିର୍ବାଚନ ପ୍ରଚାର

Published By : Prameya-News7 Bureau | February 12, 2024 IST

ଭୁବନେଶ୍ୱର ୧୨।୦୨ : ଓଡିଶା ଆସିବେ ପ୍ରିୟଙ୍କା, ସଚ୍ଚିନ । ନିର୍ବାଚନ ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ସଚିନ ପାଇଲଟ ଓଡିଶା ଆସିବେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାରରେ ଓଡିଶା ଆସିବେ ବୋଲି ସୂଚନା ଦେଲେ ପିସିସି ସଭାପତି।

wp:embed {"url":"https://www.prameyanews7.com/bjp-meeting-start-in-bhubaneswar-party-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-meeting-start-in-bhubaneswar-party-office/
/wp:embed

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ବିଜେପି ଓ ବିଜେଡ଼ି ମିଶିକି ଅଛନ୍ତି। ଲୋକେ ଜାଣିଲେଣି। ଯେତେ କେନ୍ଦ୍ର ମନ୍ତ୍ରୀ କି କେନ୍ଦ୍ର ନେତା ଆସନ୍ତୁ । ଓଡ଼ିଶାରେ କିଛି ପ୍ରଭାବ ପଡିବନି। କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ଓଡ଼ିଶା ନ୍ୟାୟଯାତ୍ରା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ। ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି। ସୁନ୍ଦରଗଡ଼ ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋ ଟର୍ଫ ଯୋଗାଇ ଦେବାକୁ କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାହୁଲ। ସୁନ୍ଦରଗଡ଼ ସ୍ପେଶାଲ ଏରିଆ ଗେମ୍‌ ସେଣ୍ଟରରେ ଏହି ସୁବିଧା ଯୋଗାଇ ଦେବାକୁ ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି। ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ଝାରସୁଗୁଡାରେ ହକି ଖେଳାଳିଙ୍କୁ ଭେଟିଥିଲେ ରାହୁଲ। ହକି ଖେଳ ଅଭ୍ୟାସ ପାଇଁ ହେଉଥିବା ଅସୁବିଧା ପଚାରି ବୁଝିବା ପରେ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାହୁଲ।

wp:embed {"url":"https://www.prameyanews7.com/pana-sankranti-on-april-14/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pana-sankranti-on-april-14/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.